୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ବହି
ପୂର୍ବ ପୃଷ୍ଠା ୤ ୫ ୤ ପର ପୃଷ୍ଠା
Srimad Bhagabatକଥା ଶତକ-୧, କଥା ଶତକ-୨
ସୌମ୍ୟରଂଜନ ପଟ୍ଟନାୟକ
ମୂଲ୍ୟ: ଟ. ୮୦/-
ପୃଥିବୀ ଗଳ୍ପମୟ, ଏହା କହିଥିଲେ ଓଡ଼ିଆ କଥା ସାହିତ୍ୟର ଜନକ ଫକୀର ମୋହନ ସେନାପତି ୤ ଏଣୁ ‘ଯାଯାବର’ ସାରା ପୃଥିବୀ ବୁଲୁଛନ୍ତି ଓ ଯେଉଁଠି ଭଲ ଗପଟିଏ ପାଉଛନ୍ତି, ତାହାକୁ ସାଉଁଟି ଆଣି ଆମକୁ ପରଷି ଦେଉଛନ୍ତି ୤ ‘ସମ୍ବାଦ’ର ‘କଥାଟିଏ’ ସ୍ତମ୍ବରେ ପ୍ରକାଶିତ ସେହିସବୁ ପ୍ରେରଣାପ୍ରଦ କାହାଣୀରୁ ୧୦୦ଟି ଲେଖାଏଁ କାହାଣୀକୁ ନେଇ ଏହି ବହି ସିରିଜର ପରିକଳ୍ପନା ୤ ଏହାକୁ ଅଧିକ ଆଦୃତ କରିବାପାଇଁ କଥାଗୁଡ଼ିକ ସହିତ ସୁନ୍ଦର ଚିତ୍ର ବି ଦିଆଯାଇଛି ୤
Sarala Odia Abhidhanaଆମ ଦେବଦେବୀ
ଅସିତ ମହାନ୍ତି
ମୂଲ୍ୟ: ଟ. ୮୦/-
ଆମର ଖୁବ୍ ପରିଚିତ ଷୋହଳ ଜଣ ଦେବଦେବୀଙ୍କୁ ନେଇ ଏ ବହି ୤ ସେମାନଙ୍କ ମଧ୍ୟରେ ଯେମିତି ଗଣେଷ ଓ ସରସ୍ବତୀଙ୍କ ପରି ବିଦ୍ୟାଦାତା ଓ ବିଦ୍ୟାଦାତ୍ରୀ ଅଛନ୍ତି, ସେମିତି ବି ଅଛନ୍ତି ବ୍ରହ୍ମା, ବିଷ୍ଣୁ,ମହେଶ୍ବର,ଇନ୍ଦ୍ର, ଚନ୍ଦ୍ର ଓ ସୂର୍ଯ୍ୟ, ଦୁର୍ଗା,ଲକ୍ଷ୍ମୀ ଓ କାର୍ତ୍ତକ ୤ ପୁଣି ଗୋମାତା କାମଧେନୁ, ପକ୍ଷୀରାଜ ଗରୁଡ଼ ଓ ସର୍ପରାଜ ବାସୁକୀ ଏବଂ ଆଦିକବି ସାରଳା ଦାସଙ୍କ କଳ୍ପନାର ଅଦ୍ଭୁତ ଅବତାର ନବଗୁଞ୍ଜର ଓ ସଂକଟମୋଚନ ହନୁମାନଙ୍କ କାହାଣୀ ଏଥିରେ ସଂକଳିତ୤
Aama Madhusudanaଆମ ସମୟର ସପ୍ତାଶ୍ଚର୍ଯ୍ୟ
ଶିବ କୁମାର ଦାସ
ମୂଲ୍ୟ: ଟ. ୫୦/-
ପ୍ରାଚୀନ ସପ୍ତାଶ୍ଚର୍ଯ୍ୟ ପରେ ଆମ ସମୟର ସାତଟି ଆଶ୍ଚର୍ଯ୍ୟ କୀର୍ତ୍ତକୁ ନେଇ ଏହି ବହି ୤ ‘ନ୍ୟୁ ଓପନ ୱାର୍ଲଡ଼ କର୍ପୋରେସନ୍’ ନାମକ ଏକ ସଂସ୍ଥାର ଉଦ୍ୟମରେ ୨୦୦୭ ମସିହାରେ ଏହି ନୂଆ ସପ୍ତାଶ୍ଚର୍ଯ୍ୟ ଏସ୍.ଏମ୍.ଏସ୍. ଓ ଇ-ମେଲ୍ ଭୋଟ୍ ମାଧ୍ୟମରେ ବଛା ଯାଇଥିଲା୤ ୧୩ ପ୍ରତିଶତରୁ ଅଧିକ ଭୋଟ ପାଇ ଆମ ଭାରତର ତାଜମହଲ ମଧ୍ୟ ଏଥିରେ ସ୍ଥାନ ପାଇଥିଲା ୤ ତାଜମହଲ ବ୍ୟତୀତ ଚୀନର ବିରାଟ ପ୍ରାଚୀର, ରୋମର କଲୋସିୟମ୍, ଜୋର୍ଡ଼ନର ପେଟ୍ରା, ପେରୁର ମାଚୁ ପିକଚୁ, ମେକ୍ସିକୋର ଚିଚେନ୍ ଇତଜା ଓ କ୍ରାଇଷ୍ଟ ଦ ରିଡ଼ିମରକୁ ନେଇ ଏହି ସଚିତ୍ର ପୁସ୍ତକ ପ୍ରସ୍ତୁତ ୤
Bikalpa Biswaଅମର ବିଶ୍ବ ସାହିତ୍ୟ
ଦାଶ ବେନହୁର
ମୂଲ୍ୟ: ଟ. ୪୦/-
ପୃଥିବୀରେ ବିଭିନ୍ନ ଭାଷାରେ ଅନେକ ଅମର ସାହିତ୍ୟ କୃତି ରହିଛି୤ ସମୟ ଓ ସ୍ଥାନର ପ୍ରକାରଭେଦରେ ସେହିସବୁ ସୃଷ୍ଟି ମଣିଷ ସମାଜକୁ ଆକୃଷ୍ଟ କରି ଆସିଛି ୤ ଆନନ୍ଦ ଦେଇଛି, ରାହା ଦେଖାଇଛି ୤ ସେହିପରି ଦଶଟି ବିଶ୍ବପ୍ରସିଦ୍ଧ କୃତିକୁ ନେଇ ଏ ବହି ୤ ଏଥିରେ କେତୋଟି ବିଶ୍ବପ୍ରସିଦ୍ଧ ଉପନ୍ୟାସ, ଗୋଟିଏ କାବ୍ୟଗ୍ରନ୍ଥ ଏବଂ ଗୋଟିଏ ନାଟକର ସଂକ୍ଷିପ୍ତ ରୂପ ପାଠକଙ୍କ ପାଇଁ ପରିବେଷଣ କରାଯାଇଛି ୤ ସେହିସବୁ ସାହିତ୍ୟକୃତିର ବରେଣ୍ୟ ସ୍ରଷ୍ଟାଙ୍କ ସଂପର୍କରେ ମଧ୍ୟ ସଂକ୍ଷିପ୍ତ ଓ ସଚିତ୍ର ପରିଚୟ ଦିଆଯାଇଛି ୤
Aama Gharara Halchalସେମାନେ ଯେବେ ସାନ ଥିଲେ
ଦାଶ ବେନହୁର
ମୂଲ୍ୟ: ଟ. ୩୦/-
ପିଲାଦିନ ଅନେକ ଭଲମନ୍ଦ କଥାରେ ଭରପୁର ୤ ମାତ୍ର ସେଥିରେ ମନ୍ଦ ଯେତିକି ଥାଏ, ତାଠାରୁ ଅଧିକ ଭଲ ଥାଏ ଭଲ ଭଲ କଥାର ଅନୁଭବ ୤ ସେଇଥିପାଇଁ ମଣିଷ ବଡ଼ ହେଇଗଲା ପରେ ସାନ ବେଳର କଥାକୁ ଝୁରେ ୤ ସେଦିନର କଥାକୁ ମନେ ପକେଇ ଆନନ୍ଦ ପାଏ୤ ତେବେ ସେହି ପ୍ରତିଭାବନ୍ତ ମଣିଷମାନଙ୍କର ପିଲାଦିନର କାହାଣୀ ଅନ୍ୟମାନଙ୍କୁ କେବଳ ଆନନ୍ଦ ଦିଏ ନାହିଁ, ଆଲୁଅର ଝଲକ ମଧ୍ୟ ଦେଖାଏ ୤ ଏହି କଥାକୁ ଆଖି ଆଗରେ ରଖି ଦଶଜଣ ବିଖ୍ୟାତ ଓଡ଼ିଆଙ୍କ ପିଲାଦିନର କଥାକୁ ନେଇ ଏହି ବହିଟି ପ୍ରସ୍ତୁତ କରାଯାଇଛି ୤
Odisha Sasanara Eka Swarna Jugaପ୍ରେମ କଥା
ସଂପାଦନା: ସୌମ୍ୟରଂଜନ ପଟ୍ଟନାୟକ
ମୂଲ୍ୟ: ଟ. ୧୦୦/-
ଗତ ପଚିଶ ବର୍ଷ ମଧ୍ୟରେ ‘କଥା’ ପତ୍ରିକାରେ ପ୍ରକାଶ ପାଇଥିବା ନିର୍ବଚନ ପ୍ରେମଗଳ୍ପର ଏହା ଏକ ସଂଗ୍ରହଣୀୟ ସଂକଳନ ୤ ପ୍ରେମ ଏକ ସର୍ବକାଳୀନ ପ୍ରସଙ୍ଗ ହୋଇଥିବାରୁ ଏହା ସବୁଶ୍ରେଣୀର ପାଠକଙ୍କ ଦ୍ବାରା ପଠନୀୟ ଓ ସ୍ମରଣୀୟ ହେବ ୤ ଅଚ୍ୟୁତାନନ୍ଦ ପତି, ରବି ପଟ୍ଟନାୟକ, ବିଭୁତି ପଟ୍ଟନାୟକ, ଅକ୍ଷୟ ମହାନ୍ତି, ତରୁଣକାନ୍ତି ମିଶ୍ର, ଜଗଦୀଶ ମହାନ୍ତି, ଯଶୋଦାରା ମିଶ୍ର,ଶ୍ୟାମାପ୍ରସାଦ ଚୌଧୁରୀ, ପୁଷ୍ପାଞ୍ଜଳି ନାୟକ ଓ ଗୌରହରି ଦାସ ପ୍ରମୁଖ ୨୦ ଜଣ ଗାଳ୍ପିକଙ୍କ ପ୍ରେମଗଳ୍ପ ପାଠକପାଠିକାଙ୍କୁ ଏକ ଭିନ୍ନ ଜଗତକୁ ନେଇଯିବ ୤
Dwadasa Jyotirlinga Darshanaଶ୍ରେଷ୍ଠ କଥା
ସଂପାଦନା: ସୌମ୍ୟରଂଜନ ପଟ୍ଟନାୟକ
ମୂଲ୍ୟ: ଟ. ୧୨୦/-
‘କଥା’ ପତ୍ରିକାର ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ ‘କଥା’ରେ ପ୍ରକାଶିତ ନିର୍ବଚିତ ଶ୍ରେଷ୍ଠ ଗଳ୍ପକୁ ନେଇ ଏହି ସଂକଳନ ପ୍ରସ୍ତୁତ ହୋଇଛି ୤ ସମାଜ ଓ ଜୀବନର ବୈଚିତ୍ର ଏହି ଗଳ୍ପଗୁଡ଼ିକରେ ପ୍ରକଟିତ ୤ ପୁଣଇ ପଚିଶ ବର୍ଷର ବ୍ୟବଧାନରେ ଓଡ଼ିଆ ଗଳ୍ପର ଚିତ୍ର ଓ ଚରିତ୍ର ସଂପର୍କରେ ଏକ ତୁଳନାତ୍ମକ ଆଲୋଚନାପାଇଁ ମଧ୍ୟ ଏହା ଉପାଦେୟ ହେବ ୤ ଗତ ପଚିଶ ବର୍ଷ ଭିତରେ ଯେଉଁମାନେ ‘କଥା’ର ଗ୍ରାହକ ନଥିଲେ, ସେମାନେ ଏବଂ ଆଜି ଯେଉଁମାନେ ନୂଆ ପିଢ଼ିର ଗ୍ରାହକ ସମସ୍ତଙ୍କ ପାଇଁ ଏହା ଏକ ସଂଗ୍ରହଣୀୟ ସଂକଳନ ୤
Odisha Sasanara Eka Swarna Jugaବାଚସ୍ପତି ମହୋଦୟ !
ସଂପାଦନା: ଜାନକୀ ବଲ୍ଲଭ ପଟ୍ଟନାୟକ
ମୂଲ୍ୟ: ଟ. ୨୦୦/-
ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିବା ବେଳେ ଓଡ଼ିଶା ବିଧାନ ସଭାରେ ଦେଇଥିବା ଗୁରୁତ୍ବପୂର୍ଣ୍ଣ ଭାଷଣଗୁଡ଼ିକୁ ନେଇ ଏହି ସ୍ବତନ୍ତ୍ର ସଂକଳନଟି ପ୍ରସ୍ତୁତ ୤ ଓଡ଼ିଶାର ବନ୍ୟା,ବାତ୍ୟା ଓ ମରୁଡ଼ି ପରି ପାକୃତିକ ଦୁର୍ବିପାକ ଏବଂ ଶିକ୍ଷା, ଶିଳ୍ପ, ଅର୍ଥ, ଶକ୍ତି,ଜଳସେଚନ ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଗୁରୁତ୍ବପୂର୍ଣ୍ଣ ମତ, ମନ୍ତବ୍ୟ ଓ ତଥ୍ୟ ଏବଂ ମୂଲ୍ୟବାନ ମାର୍ଗନିର୍ଦ୍ଦେଶ ପୁସ୍ତକଟିର ବିଶେଷତ୍ବ୤
ପୂର୍ବ ପୃଷ୍ଠା ୤ ୫ ୤ ପର ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |