୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ବହି
ପୂର୍ବ ପୃଷ୍ଠା ୤ ୨ ୤ ପର ପୃଷ୍ଠା
Saptascharjyaସପ୍ତାଶ୍ଚର୍ଯ୍ୟ
ଶିବ କୁମାର ଦାସ
ମୂଲ୍ୟ: ଟ.୫୦/-
ଅଢ଼େଇ ହଜାର ବର୍ଷ ପୂର୍ବେ ମନୁଷ୍ୟ ନିର୍ମିତ ଆଶ୍ଚର୍ଯ୍ୟ ବସ୍ତୁମାନଙ୍କର ଏକ ସାତଟିକିଆ ତାଲିକା ପ୍ରସ୍ତୁତ କରିଥିଲେ ଗ୍ରୀକ୍ ପଣ୍ଡିତ ଓ ଇତିହାସକାରମାନେ୤ ସେହି ପ୍ରାଚୀନ ସପ୍ତାଶ୍ଚର୍ଯ୍ୟ ହେଉଛି- ଗୀଜାର ବିଶାଳ ପିରାମିଡ଼୍, ବେବିଲୋନ୍ ର ଝୁଲନ୍ତା ବଗିଚା, ଆର୍ଟେମିସ୍ଙ୍କ ମନ୍ଦିର, ଅଲିମ୍ପିଆର ଜିଅସ୍ ମୂର୍ତ୍ତି, ହାଲିକାର୍ନାସସ୍ ର ସମାଧି, ରୋହଡ଼ସ୍ ର କଲୋସସ୍ ଓ ଆଲେକ୍ଜାଣ୍ଡ୍ରିଆର ବତିଘର୤ ଇଂରାଜୀ ଦୈନିକ ‘ହିନ୍ଦୁ’ର ପ୍ରତିନିଧି ତଥା ଲେଖକ ଶିବ କୁମାର ଦାସଙ୍କ ଦ୍ବାରା ଆତ୍ମକଥାତ୍ମକ ଶୈଳୀରେ ଏହା ଲିଖିତ ଏବଂ ‘ସପ୍ତାଶ୍ଚର୍ଯ୍ୟ’ ଶୀର୍ଷକରେ ସଚିତ୍ରଭାବେ ପ୍ରକାଶିତ୤
Malunira Phulaମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ
ଜାନକୀବଲ୍ଲଭ ପଟ୍ଟନାୟକ
ମୂଲ୍ୟ: ଟ.୫୦/-
ଊନବିଂଶ ଶତାଦ୍ଦୀରେ ଆବିର୍ଭୂତ ମହାପୁରୁଷ ଶ୍ରୀରାମକୃଷ୍ଣ ପରମହଂସଙ୍କ ଉପଦେଶାବଳୀ ‘ରାମକୃଷ୍ଣ କଥାମୃତ’ ନାମରେ ପ୍ରସିଦ୍ଧ୤ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ଏହାକୁ ‘ରାମକୃଷ୍ଣ ଉପନିଷଦ’ ବୋଲି କହିଛନ୍ତି୤ ସେହି କଥାମୃତରୁ ୫୧ଟି ସୁନିର୍ବାଚିତ କଥାକୁ ନେଇ ସରଳ ଓ ଭାବପୂର୍ଣ୍ଣ ଭାଷାରେ ଓଡ଼ିଆ ପାଠକଙ୍କ ପାଇଁ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି ସୁଖ୍ୟାତ ଲେଖକ ଜାନକୀ ବଲ୍ଲଭ ପଟ୍ଟନାୟକ୤ ସୁଲଭ ମୂଲ୍ୟରେ ଓ ସଚିତ୍ର ଭାବେ ଏହି ଉପାଦେୟ ପୁସ୍ତକ ପ୍ରକାଶିତ୤
Tejaswiniତେଜସ୍ବିନୀ (ଐତିହାସିକ ଉପନ୍ୟାସ)
ମୂଳ ହିନ୍ଦୀ: ଡ଼କ୍ଟର ବୃନ୍ଦାବନଲାଲ ବର୍ମା, ଅନୁବାଦ: ସୀତେଶ ତ୍ରିପାଠୀ
ମୂଲ୍ୟ: ଟ.୨୫୦/-
ବିଶିଷ୍ଟ ହିନ୍ଦୀ ଗବେଷକ ତଥା ଔପନ୍ୟାସିକ ଡ଼କ୍ଟର ବୃନ୍ଦାବନଲାଲ ବର୍ମାଙ୍କ ‘ଝାନ୍ସୀ କୀ ରାନୀ ଲକ୍ଷ୍ମୀବାଈ’ର ଅନୁସୃଜନ ହେଉଛି ଐତିହାସିକ ଉପନ୍ୟାସ ‘ତେଜସ୍ବିନୀ’୤ ଡ଼କ୍ଟର ବର୍ମାଙ୍କ ଅଣଅଜା ଦେବାନ୍ ଆନନ୍ଦରାୟ ରାଣୀ ଲକ୍ଷ୍ମୀବାଈଙ୍କ ପକ୍ଷରୁ ଇଂରେଜଙ୍କ ବିରୋଧରେ ଲଢ଼ି ସହିଦ ହୋଇଥିଲେ୤ ଏଣୁ ଏ ଉପନ୍ୟାସ ପାଇଁ ଡ଼କ୍ଟର ବର୍ମା ନିଜ ପରିବାରରୁ ବହୁ ତଥ୍ୟ ପାଇଥିଲେ୤ ସେହି ତଥ୍ୟକୁ ନିଜର ଅନୁପମ ବର୍ଣ୍ଣନାରୀତିରେ ସେ ଅତ୍ୟନ୍ତ ରସୋତ୍ତୀର୍ଣ୍ଣ କରି ଲେଖିଛନ୍ତି୤ କଥାଶିଳ୍ପୀ ତଥା ନାଟ୍ୟକାର ସୀତେଶ ତ୍ରିପାଠୀ ମଧ୍ୟ ତାହାକୁ ନିଜ ଅନୁସୃଜନର ସ୍ପର୍ଶରେ ଆହୁରି ରସୋତ୍ତୀର୍ଣ୍ଣ କରିଦେଇଛନ୍ତି୤
The Decade of Missed OppertunitiesODISHA: A Decade of Missed Opportunities
ରଣଜିତ୍ ଗୁରୁ
ମୂଲ୍ୟ: ଟ.୧୨୦/-
‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସଂପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ରଣଜିତ ଗୁରୁଙ୍କ ଲୋକପ୍ରିୟ ସ୍ତମ୍ଭ ‘ଅପ୍ରସଙ୍ଗ’ତ ର ସ୍ବ-ଅନୂଦିତ ୨ଟି ସୁନିର୍ବାଚିତ ଲେଖାର ସଂକଳନ ଏହି ଇଂରାଜି ପୁସ୍ତକ ‘ଓଡ଼ିଶା-ଏଡ଼ିକେଡ଼୍ଅଫ୍ ମିସ୍ଡ଼୍ ଅପର୍ଚୁନିଟି’୤ ଓଡ଼ିଶାର ବିକାଶ ସଂପର୍କିତ ଚିନ୍ତନ, ତର୍କ ଓ ତଥ୍ୟକୁ ନେଇ ସମୃଦ୍ଧ ଏହି ପୁସ୍ତକ ସମକାଳୀନ ଓଡ଼ିଶାର ଶାସନ ଓ ପ୍ରଶାସନର ବାସ୍ତବ ଓ ସମୀକ୍ଷାତ୍ମକ ଚିତ୍ର ପାଠକଙ୍କ ନିକଟରେ ପ୍ରକଟିତ କରିବାରେ ସମର୍ଥ୤
Odishara Byabasayika Paribartanaଓଡ଼ିଶାରେ ବ୍ୟାବସାୟିକ ପରିବର୍ତ୍ତନ, ଜଳସେଚନ ଓ ପିଲାଂକ ପାଠପଢ଼ା
ଲେଖକ: ନୀଳକଂଠ ରଥ
ମୂଲ୍ୟ: ଟ.୪୦/-
ପ୍ରଫେସର ନୀଳକଂଠ ରଥ ଜଣେ ବିଶିଷ୍ଟ ଓଡ଼ିଆ ବୁଦ୍ଧିଜୀବୀ୤ ପୁନେସ୍ଥିତ ‘ଗୋଖଲେ ଇନ୍ଷ୍ଟିଚ୍ୟୁଟ୍’ର ପୂର୍ବତନ ନିର୍ଦ୍ଦେଶକ ତଥା ପୁନେର ‘ଇଣ୍ଡିଆନ୍ ସ୍କୁଲ ଅଫ୍ ପଲିଟିକାଲ ଇକୋନମି’ର ଅନରାରି ଫେଲୋ ଶ୍ରୀ ରଥ ବିଭିନ୍ନ ସମୟରେ ‘ସମ୍ବାଦ’, ‘ସମାଜ’ ଓ ‘ଇକନମିକ୍ ଆଣ୍ଡ୍ ପଲିଟିକାଲ୍ ୱିକ୍ଲି’ରେ ଲେଖିଥିବା ଦଶଟି ପ୍ରବନ୍ଧକୁ ନେଇ ଏ ପୁସ୍ତକ ପ୍ରସ୍ତୁତ୤ ଏହା ସଂପୃକ୍ତ ପ୍ରସଙ୍ଗରେ ମୌଳିକ ଚିନ୍ତନ ପାଇଁ ପାଠକଙ୍କୁ ଅନୁପ୍ରେରିତ କରିବ୤
Biswa Cup Cricketବିଶ୍ବକପ୍ କ୍ରିକେଟ
ଆଶିଷ କୁମାର ରାୟ
ମୂଲ୍ୟ: ଟ. ୧୦୦/-
ଆଜି ଆମ ଜନମାନସକୁ କ୍ରିକେଟ୍ ଅତିମାତ୍ରାରେ ଆଚ୍ଛନ୍ନ କରିଥିବା ବେଳେ ବିଶିଷ୍ଟ କ୍ରୀଡ଼ା ସମୀକ୍ଷକ ତଥା କ୍ରୀଡ଼ା ଫିଚର ଲେଖକ ଆଶିଷ କୁମାର ରାୟ ପ୍ରସ୍ତୁତ କରିଛନ୍ତି ଏକ ପୁସ୍ତକ୤ ଦଶମ ବିଶ୍ବକପ୍ କ୍ରିକେଟ୍ ଅବସରରେ, ବିଶ୍ବକପ୍ର ପୃଷ୍ଠଭୂମି, ୧୯୭୫ର ପ୍ରଥମ ପ୍ରୁଡ଼େନ୍ସିଆଲ ବିଶ୍ବକପ୍ ଠାରୁ ୨୦୦୭ର ଆଇ.ସି.ସି. ବିଶ୍ବକପ୍ ପର୍ଯ୍ୟନ୍ତ ନଅଟି ଯାକ ବିଶ୍ବକପ୍ର ବିଶଦ ବିବରଣୀ ଏବଂ ଦଶମ ବିଶ୍ବକପ୍ ସଂପର୍କିତ ସୂଚନା ଏଥିରେ ଅଛି୤ ପୂର୍ବ ବିଶ୍ବକପ୍ ଗୁଡ଼ିକର ରେକର୍ଡ ମଧ୍ୟ ଏହି ସଚିତ୍ର ଓ ସଂଗ୍ରହଣୀୟ ପୁସ୍ତକରେ ଉପଲବ୍ଧ୤
Bagha Rani Khairiବାଘରାଣୀ ଖଇରୀ
ଅଖିଳ ମୋହନ ପଟ୍ଟନାୟକ
ମୂଲ୍ୟ: ଟ.୬୦/-
ବିଶିଷ୍ଟ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ବିୟୋଗର ଦୀର୍ଘ ସାତବର୍ଷ ପରେ, ୧୯୮୯ରେ ‘ସମ୍ବାଦ’ ପକ୍ଷରୁ ପ୍ରଥମେ ପ୍ରକାଶ ପାଇଥିଲା୤ ମାନବେତର ପ୍ରାଣୀକୁ ନେଇ ଓଡ଼ିଆରେ ଏହି ପ୍ରଥମ ଜୀବନୀ ପୁସ୍ତକ ‘ବାଘରାଣୀ ଖଇରୀ’ ୤ ନୂଆ ପିଢ଼ିର ପାଠକଙ୍କ ଚାହିଦା ପ୍ରତି ଦୃଷ୍ଟିଦେଇ, ଦୀର୍ଘ ଦୁଇଦଶନ୍ଧି ପରେ ପୁଣିଥରେ ଏହି ଏକକ ଓ ଅନୁପମ ପୁସ୍ତକ ନୂଆ ରୁପରେ ପ୍ରକାଶ ପାଇଛି୤ ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ବର୍ଗତ ଛନ୍ଦାଚରଣ ଆଚାର୍ଯ୍ୟ ଏହାର ରେଖାଚିତ୍ର ଗୁଡିକ ଅଙ୍କନ କରିଛନ୍ତି୤
ପୂର୍ବ ପୃଷ୍ଠା ୤ ୨ ୤ ପର ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |