୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ସାରା ରାଜ୍ୟରେ ଯୁବ ସ୍ବାଭିମାନ ଦିବସ ପାଳିତ : ରେକର୍ଡ ସଂଖ୍ୟକ ୭୦ଟି ଶିବିରରୁ ୪୦୦୮ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର, ୧୮/୮(ଇମିସ): ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୦ତମ ଜନ୍ମଦିନକୁ ସାରା ରାଜ୍ୟରେ ଆଜି ‘ଯୁବ ସ୍ଵାଭିମାନ ଦିବସ ରୂପେ ପାଳନ କରାଯାଇଛି। ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ସତ୍ତ୍ବେ ରାଜ୍ୟର ସମସ୍ତ ଜିଲ୍ଲାରେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ରକ୍ତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ରାଜ୍ୟର କୌଣସି ରକ୍ତଭଣ୍ଡାରରେ ଯେପରି ରକ୍ତର ଅଭାବ ନରହେ, ତାହାକୁ ନଜରରେ ରଖି ଅଗଷ୍ଟ ୧୭ ଓ ୧୮ରେ ରାଜ୍ୟର ସମସ୍ତ ରକ୍ତଭଣ୍ଡାର ସହାୟତାରେ ୭୦ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ୍ ୪୦୦୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଗତବର୍ଷ ଏହି କାର୍ଯ୍ୟକ୍ରମରେ ୬୩ଟି ଆମ ଓଡ଼ିଶା ଶିବିରରୁ ୩୨୯୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେହିଭଳି ୨୦୨୦ରେ କରୋନା ମହାମାରୀ ସଙ୍ଗେ ୨୩୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଆଜି ‘ସମ୍ବାଦ’ର ୯ଟି ଜୋନ୍‌ରେ ‘ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ୩୦ଟି ଜିଲ୍ଲାରେ ଏହି ୭୦ଟି ଶିବିର ଆୟୋଜନ କରାଯାଇଥିଲା। ଏଥିରେ ରକ୍ତ ଦେବାକୁ ଯୁବପିଢ଼ିଙ୍କ ' ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଚଳିତବର୍ଷ ସମ୍ବଲପୁର ଜୋନ୍‌ର ବଲାଙ୍ଗୀର ସାମ୍ବାଦିକ ଭବନ ଶିବିରରୁ ସର୍ବାଧିକ ୩୨୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାବେଳେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଆଦର୍ଶ ବିଦ୍ୟାଳୟ ଶିବିରରୁ ୨୭୮ ୟୁନିଟ, ବାଲେଶ୍ବର ସଦର ବ୍ଲକର କେ.ଟି. ମାରାଇନ୍, ଚାନ୍ଦିପୁର ଶିବିରରୁ ୨୩୯ ୟୁନିଟ ତଥା ସମ୍ବଲପୁର ଜିଲ୍ଲା ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ ଶିବିରରୁ ୨୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ସେହିପରି ଶ୍ୟାମ ମେଟାଲିକ୍ସ, ରେଙ୍ଗାଲି (ସମ୍ବଲପୁର) ଶିବିରରୁ ୧୬୫ ୟୁନିଟ, ଆରୟାନ୍ ଇସ୍ପାତ, ରେଙ୍ଗାଲି (ସମ୍ବଲପୁର)ଶିବିରରୁ ୧୨୫ ୟୁନିଟ, ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟ ଶିବିରରୁ ୧୨୦ୟୁନିଟ, କଳିଙ୍ଗ ଆବାସିକ ବିଦ୍ୟାଳୟ, ଚାନ୍ଦୋଳ (କେନ୍ଦ୍ରାପଡ଼ା) ଶିବିରରୁ ୧୦୯ ୟୁନିଟ, ସମ୍ବାଦ ଭବନ, ଭୁବନେଶ୍ଵର ଶିବିରରୁ ୧୦୨ ୟୁନିଟ, ସମ୍ବାଦ ଭବନ, ବାଲେଶ୍ଵର ଶିବିରରୁ ୧୦୧ ୟୁନିଟ ଏବଂ ଯାଜପୁର ଜିଲ୍ଲା ଦଶରଥପୁର ଶିବିରରୁ ୧୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଚଳିତବର୍ଷ ସମ୍ବଲପୁର୍ ଜୋନ୍‌ରେ ସର୍ବାଧିକ ୧୯ଟି ଶିବିରରୁ ୧୪୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ବାଲେଶ୍ଵର ଜୋନ୍‌ରେ ୧୨ଟି ଶିବିରରୁ ୬୧୨ୟୁନିଟ କଟକ ଜୋନ୍‌ରେ ୯ଟି ଶିବିରରୁ ୫୮୦ ୟୁନି. ଭୁବନେଶ୍ଵର ଜୋନ୍‌ରେ ୬ଟି ଶିବିରରୁ ୫୧୭ ୟୁନିଟ, ଯାଜପୁର ଜୋନ୍‌ରେ ୬ଟି ଶିବିରରୁ ୨୫୨ ୟୁନିଟ୍, ଜୟପୁର ଜୋନ୍‌ରେ ୫ଟି ଶିବରରୁ ୧୯୭ ୟୁନିଟ, ରାଉରକେଲା ଜୋନ୍‌ରେ ୪ଟି ଶିବିରରୁ ୧୬୧ ୟୁନିଟ, ଅନୁଗୁଳ ଜୋନ୍‌ରେ ୪ଟି ଶିବିରରୁ ୧୫୪ ୟୁନିଟ, ବ୍ରହ୍ମପୁର ଜୋନ୍‌ରେ ୫ଟି ଶିବିରରୁ ୧୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ରାଜ୍ୟର ସମସ୍ତ ରକ୍ତଭଣ୍ଡାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଆବଶ୍ୟକୀୟ ପରିମାଣର ରକ୍ତ ସଂଗ୍ରହ କରିପାରିଛନ୍ତି। ରାଜ୍ୟ ରକ୍ତ ସଂଚାଳନ ପରିଷଦ ଓ ରାଜ୍ୟର ସମସ୍ତ ରକ୍ତଭଣ୍ଡାରଗୁଡ଼ିକର ସହାୟତାରେ ଶିବିରଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅନୁଷ୍ଠାରର କର୍ମକର୍ତ୍ତା ଏବଂ ସମ୍ବାଦ ଓ ଆମ ଓଡ଼ିଶାର ସଦସ୍ୟମାନଙ୍କ ଦ୍ଵାରା କୋଭିଡ୍ ନିୟମ ମାନି ସୂଚାରୁ ରୂପେ ଶିବିର ପରିଚାଳନା କରାଯାଇଥିଲା । ରାଜ୍ୟରେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରକ୍ତଦାନ କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |