୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ବାହ’ଈ ସ୍ଥାନୀୟ ଆଧ୍ୟାତ୍ମିକ ସଭା, ଭୁବନେଶ୍ବରରେ ରକ୍ତଦାନ ଶିବିର
ଆଜି ଦିବ୍ୟାତ୍ମା ମହାତ୍ମା ବାବଙ୍କ ୧୭୨ତମ ସହିଦ ଦିବସ ଅବସରରେ ବାହ’ଈ ସ୍ଥାନୀୟ ଆଧ୍ୟାତ୍ମିକ ସଭା, ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ନୀଳକଣ୍ଠନଗର, ୟୁନିଟ୍ ୮ସ୍ଥିତ ବାହ’ଈ ଭବନଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଶିବିରରେ ରାଜ୍ୟ ବାହ’ଈ ପରିଷଦର ସଂପାଦକ ଶ୍ରୀଯୁକ୍ତ ରିଆଜ୍ ମୋତାଲେବି, ସ୍ଥାନୀୟ ଆଧ୍ୟାତ୍ମିକ ସଭାର ସଂପାଦିକା ଶ୍ରୀମତୀ କାବ୍ୟତାରା ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସଂଗ୍ରାମ ସ୍ବାଇଁ, ସୌଭାଗ୍ୟ ମହାନ୍ତି ଓ ପ୍ରଜ୍ଞା ପାରମିତା ବାରିକ ଶିବିର ପରିଚାଳନା କରିଥିଲେ। ଅନ୍ୟ ସଦସ୍ୟମାନେ ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ। ମୋଟ ୨୧ ଜଣ ସ୍ବେଚ୍ଛା ରକ୍ତଦାତା ଶିବିରରେ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ବିଏମସି ହସପିଟାଲର ସହକର୍ମୀମାନେ ଶିିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଅଭିଯାନର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |