ଆମ ସଂଗଠନ
ଆମ ପରିଚୟ ଓ ସଂକଳ୍ପ
ଆମ ଲକ୍ଷ ୨୦୧୨-୨୦୧୩
ପ୍ରତିଷ୍ଠାତା ସଦସ୍ୟ
ଆମ ଓଡ଼ିଶା ସଦସ୍ୟ
ଆନୁଷ୍ଠାନିକ ସଦସ୍ୟ
ଭାଷାଜ୍ଞାନ
କାହିଁକି ଓ କିପରି
ପରୀକ୍ଷା ଓ ଫଳାଫଳ
ରକ୍ତଦାନ
ଅଭିଯାନ ସଂପର୍କରେ
ଶିବିରର ବିବରଣୀ-୨୦୧୧
ଶିବିରର ବିବରଣୀ-୨୦୧୨
ଶିବିରର ବିବରଣୀ-୨୦୧୩
ଶିବିରର ବିବରଣୀ-୨୦୧୪
ମତ ଦାନ
ଆମ ଅଭିଯାନ
ଆମ କର୍ଯ୍ୟକ୍ରମ
ଭୋଟର ତାଲିକା
ଯୁବ ବାହିନୀ
ଯୁବ ବାହିନୀର ସଂକଳ୍ପ
ମୋ ଖାତା
ଆମ ବହି
ଆମ ପରିବାର
ସମ୍ବାଦ
କନକ ଟିଭି
ଇଷ୍ଟର୍ଣ୍ଣ ମିଡିଆ
ରେଡିଓ ଚକଲେଟ୍
କେ.ଏମ୍.ବି.ବି
ସୋମାକ୍
ଜୁଲାଇ ୩୦ ତାରିଖ ସୁଦ୍ଧା ୪୮୧ ରକ୍ତଦାନ ଶିବିରରୁ ୨୪୩୯୮ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ପ୍ରକାଶପାଇଲା ସୁରେନ୍ଦ୍ର ମହାନ୍ତିଙ୍କ ଲିଖିତ ତିନିଗୋଟି ଉପନ୍ୟାସର ସମାହାର ‘ସୁରେନ୍ଦ୍ର ରଚନା ସମଗ୍ର:ଉପନ୍ୟାସ-୧’। ଅନଲାଇନ୍ ସଂଗ୍ରହ କରିବା ଆମାଜନରେ ଖୋଜନ୍ତୁ।
Back
ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ଆମ ଓଡ଼ିଶା’ ଦଶମ ଥର ପୁରସ୍କୃତ
ରକ୍ତଦାନ କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ‘ଆମ ଓଡ଼ିଶା’କୁ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଛି। ଗତ ୧୦ ବର୍ଷ ହେଲା ଲାଗାତାର ଭାବେ ‘ଆମ ଓଡ଼ିଶା’ ଏହି ପୁରସ୍କାର ଲାଭ କରି ଆସୁଛି। ଜୟଦେବ ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ‘ଆମ ଓଡ଼ିଶା’କୁ ସମ୍ମାନିତ କରାଯାଇଛି। ପୂର୍ବାହ୍ନରେ ଜୟଦେବ ଭବନରେ ଆୟୋଜିତ ସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଭୁବନେଶ୍ବର (ମଧ୍ୟ) ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ବର (ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସକାଳୁ ଏକ ସଚେତନତା ଶୋଭାଯାତ୍ରା ପ୍ରଦର୍ଶନୀ ପଡ଼ିଆରୁ ବାହାରି ଜୟଦେବ ଭବନ ପର୍ଯ୍ୟନ୍ତ ଏଡସ ନିୟନ୍ତ୍ରଣ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଚଳିତ ବର୍ଷର ବିଷୟ ବସ୍ତୁ ‘ଜୀବନ ପାଇଁ ରକ୍ତଦାନ’ ଉପରେ ପଥଚାରୀମାନଙ୍କୁ ସଚେତନ କରାଇଥିଲେ। ଏହି ପଦଯାତ୍ରାରେ ‘ଆମ ଓଡ଼ିଶା’ ଓ ‘କେଏମବିବି’ ଜୁନିୟର କଲେଜର ମୋଟ ୬୦ ଜଣ ଯୋଗଦାନ କରିଥିଲେ। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆମ ଓଡ଼ିଶାର ସମସ୍ତ ସଦସ୍ୟ ସଦସ୍ୟା ରକ୍ତଦାନ ଶିବିର ଆୟୋଜକ ତଥା ସମସ୍ତ ରକ୍ତଦାତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା
ଗୁରୁତ୍ବପୁର୍ଣ୍ଣ ୱବସାଇଟ୍
|
ଘୋଷଣାନାମା
|
ସର୍ତ୍ତାବଳୀ
|
ଲଗ୍ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା :
ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍
|