ଆମ ସଂଗଠନ
ଆମ ପରିଚୟ ଓ ସଂକଳ୍ପ
ଆମ ଲକ୍ଷ ୨୦୧୨-୨୦୧୩
ପ୍ରତିଷ୍ଠାତା ସଦସ୍ୟ
ଆମ ଓଡ଼ିଶା ସଦସ୍ୟ
ଆନୁଷ୍ଠାନିକ ସଦସ୍ୟ
ଭାଷାଜ୍ଞାନ
କାହିଁକି ଓ କିପରି
ପରୀକ୍ଷା ଓ ଫଳାଫଳ
ରକ୍ତଦାନ
ଅଭିଯାନ ସଂପର୍କରେ
ଶିବିରର ବିବରଣୀ-୨୦୧୧
ଶିବିରର ବିବରଣୀ-୨୦୧୨
ଶିବିରର ବିବରଣୀ-୨୦୧୩
ଶିବିରର ବିବରଣୀ-୨୦୧୪
ମତ ଦାନ
ଆମ ଅଭିଯାନ
ଆମ କର୍ଯ୍ୟକ୍ରମ
ଭୋଟର ତାଲିକା
ଯୁବ ବାହିନୀ
ଯୁବ ବାହିନୀର ସଂକଳ୍ପ
ମୋ ଖାତା
ଆମ ବହି
ଆମ ପରିବାର
ସମ୍ବାଦ
କନକ ଟିଭି
ଇଷ୍ଟର୍ଣ୍ଣ ମିଡିଆ
ରେଡିଓ ଚକଲେଟ୍
କେ.ଏମ୍.ବି.ବି
ସୋମାକ୍
୧୮ ମାର୍ଚ୍ଚ ୨୦୨୩ ସୁଦ୍ଧା ୨୪୬ ରକ୍ତଦାନ ଶିବିରରୁ ୧୧୨୭୦ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
Back
ଯୁବ ସ୍ୱାଭିମାନ ଦିବସରେ ସଂଗ୍ରହ ହେଲା ୩୭୦୫ ୟୁନିଟ୍ ରକ୍ତ
ଭୁବନେଶ୍ୱର: ୧୮ ଅଗଷ୍ଟ ୨୦୧୬ ଯୁବ ସ୍ୱାଭିମାନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିରି ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରଗୁଡ଼ିକରୁ ସମୁଦାୟ ୩୭୦୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ରାଜ୍ୟର ୩୦ ଜିଲ୍ଲାରେ ଅନୁଷ୍ଠିତ ୬୪ଟି କ୍ୟାମ୍ପରୁ ଏହି ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା କ୍ୟାମ୍ପରୁ ସର୍ବାଧିକ ୩୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ବେଳେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରୁ ସଂଗ୍ରହ କରାଯାଇଛି ୨୫୪ ୟୁନିଟ୍ ରକ୍ତ। ସେହିପରି ବଲାଙ୍ଗିରରୁ ୨୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ଭୁବନେଶ୍ୱର ସମ୍ବାଦ ଭବନ ପରିସରରେ ଅନୁଷ୍ଠିତ ଶିବିରରୁ ୧୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ‘ସମ୍ବାଦ’ର ସମ୍ବଲପୁର ସଂସ୍କରଣ ପକ୍ଷରୁ ଆୟୋଜିତ ୧୯ଟି ଶିବିରରୁ ୧୧୩୧ ୟୁନିଟ୍, ବାଲେଶ୍ୱର ସଂସ୍କରଣ ଅଧିନରେ ଥିବା ୧୩ଟି କ୍ୟାମ୍ପରୁ ୫୯୫ ୟୁନିଟ୍ ଓ ଭୁବନେଶ୍ୱର ସଂସ୍କରଣ ପକ୍ଷରୁ ଆୟୋଜିତ ୫ଟି କ୍ୟାମ୍ପରୁ ୫୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା
ଗୁରୁତ୍ବପୁର୍ଣ୍ଣ ୱବସାଇଟ୍
|
ଘୋଷଣାନାମା
|
ସର୍ତ୍ତାବଳୀ
|
ଲଗ୍ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା :
ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍
|