୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ: ‘ଆମ ଓଡ଼ିଶା’ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଅନୁଷ୍ଠାନ
ଭୁବନେଶ୍ବର,୧/୧୦/୨୦୧୩: ଆଜି ଜୟଦେବ ଭବନରେ ଷ୍ଟେଟ୍ ବ୍ଳଡ଼୍ ଟ୍ରାନ୍ସଫ୍ୟୁଜନ୍ କାଉନସିଲ୍ ଓ ଓସାକ୍ସର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି୤ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ରକ୍ତର କୌଣସି ବିକଳ୍ପ ନାହିଁ୤ ଅନ୍ୟ ଭଳି ଏହା କୌଣସି ଲାବୋରେଟୋରିରେ ପ୍ରସ୍ତୁତ ହୋଇପାରିବ ନାହିଁ୤ କେବଳ ଜଣେ ମଣିଷ ରକ୍ତ ଦେଲେ ହିଁ ଏହାର ଅଭାବ ଭରଣା ହୋଇପାରିବ୤ ରକ୍ତର ଅଭାବକୁ ଦୂର କରିବାକୁ ହେଲେ ସ୍ବେଚ୍ଛାକୃତ ରକ୍ତଦାନ ଆବଶ୍ୟକତା ରହିଛି୤ ସଚେତନତା ଓ ଶିକ୍ଷା ମାଧ୍ୟମରେ ହିଁ ଲୋକମାନଙ୍କ ମନରେ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗ୍ରହ ସୃଷ୍ଟି କରାଯାଇପାରିବ୤ ଏଥିପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ୤ ଏହି ଅବସରରେ ରକ୍ତଭଣ୍ଡାର ଓ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରାଯାଇଥିଲା୤ ରକ୍ତ ସଂଗ୍ରହରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମଧ୍ୟରେ ‘ଆମ ଓଡ଼ିଶା’କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା୤ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ପୁରସ୍କାରର ସମସ୍ତ ଶ୍ରେୟ ରକ୍ତଦାତାମାନଙ୍କର୤ ସେମାନଙ୍କର ଉତ୍ସାହ ଓ ନିଷ୍ଠା ଯୋଗୁଁ ଆମ ଓଡ଼ିଶାର ରକ୍ତଦାନ ଅଭିଯାନ ସଫଳ ହୋଇଛି୤ ଶ୍ରୀ ପଟ୍ଟନାୟକ ରକ୍ତଦାତାମାନଙ୍କ ସହ ଆମ ଓଡ଼ିଶାର ଏହି ଅଭିଯାନରେ ସାମିଲ ହୋଇଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |