୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଯୁବ ସ୍ବାଭିମାନ ଦିବସ : ୫୬ ଶିବିରରୁ ୩,୪୧୩ ୟୁନିଟ୍ ରକ୍ତ ସଂଗ୍ରହ
‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅଗଷ୍ଟ ୧୮ ତାରିଖରେ ଯୁବ ସ୍ବାଭିମାନ ଦିବସ ଭାବେ ପାଳିତ ହୋଇଛି୤ ଏହି ଅବସରରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା୤ ମୋଟ୍ ୩୦ଟି ଜିଲ୍ଲାରେ ୫୬ଟି ଶିବିର ଅନୁଷ୍ଠିତ ହୋଇଥିଲା୤ ଏଥିରୁ ରେକର୍ଡ଼ ସଂଖ୍ୟକ ୩୪୧୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା୤ ଆଜି ରବିବାର ଓ ପ୍ରବଳ ବର୍ଷା, ପୁଣି ଆସନ୍ତକାଲି ଶ୍ରାବଣ ମାସ ଶେଷ ସୋମବାର ସତ୍ତ୍ବେ ରକ୍ତଦାନ ପାଇଁ ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା୤ ସକାଳ ପ୍ରାୟ ୮ଟା ବେଳୁ ଶିବିର ଆରମ୍ଭ ହୋଇ ଅପରାହ୍ଣରେ ଶେଷ ହୋଇଥିଲା୤ ସମ୍ବଲପୁର ଜୋନରେ ସର୍ବଧିକ ୧୨୦୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଜୟପୁର ଜୋନରେ ୧୮୦, ବ୍ରହ୍ମପୁର ଜୋନରେ ୩୧୮, କଟକ ଜୋନରେ ୪୮୫, ଅନୁଗୁଳ ଜୋନରେ ୨୧୩, ବାଲେଶ୍ବର ଜୋନରେ ୩୬୮, ଭୁବନେଶ୍ବର ଜୋନରେ ୨୪୫ ଓ ରାଉରକେଲା ଜୋନରେ ୩୯୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା୤ ରକ୍ତଦାତାମାନଙ୍କୁ ଆମ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |