‘ଆମ ରାଜ୍ୟରେ ରକ୍ତର ଅଭାବରେ କାହାକୁ ମରିବାକୁ ଦେବା ନାହିଁ’ର ସଂକଳ୍ପ ନେଇ ସମ୍ବାଦ ଓ ଆମ ଓଡ଼ିଶା ତରଫରୁ ଆସନ୍ତା ଅଗଷ୍ଟ ୧୮ ତାରିଖ ଦିନ ‘ଯୁବ ସ୍ବାଭିମାନ ଦିବସ’ ପାଳିତ ହେଉଛି ଏହି ଅବସରରେ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ପ୍ରମୁଖ ସହରରେ ସକାଳ ୮ ଘଟିକା ଠାରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି ଭାରତୀୟ ରେଡ଼କ୍ରସ୍, ରାଜ୍ୟ ରକ୍ତ ସଂଚାଳନା ପରିଷଦ ଓ ବିଭିନ୍ନ ଜିଲ୍ଲାର ରକ୍ତଭଣ୍ଡାର ଅଧିକାରୀଙ୍କ ସହାୟତାରେ ଏହି ଶିବିରଗୁଡ଼ିକ ପରିଚାଳିତ ହେବ ଶିବିରମାନଙ୍କରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମ୍ବାଦ ଓ ଆମ ଓଡ଼ିଶା ତରଫରୁ ଅନୁରୋଧ କରାଯାଉଛି ଶିବିର ଗୁଡ଼ିକର ସ୍ଥାନ: କୋରାପୁଟ- ମିଶନ ଶକ୍ତି କନଫରେନସ ହଲ୍, ବୈପାରିଗୁଡ଼ା, ମହାଦେଈପୁଟ ପଞ୍ଚାୟତ କାର୍ଯ୍ୟାଳୟ, ନବରଙ୍ଗପୁର-ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହ, ମଦେଗାଁ, କୋଷଗୁମୁଡ଼ା, ମାଲକାନାଗିରି- ସହିଦ ଗୋପୀ ପୂଜାରୀ କ୍ଳବ୍, ବାଲିମେଳା, ରାୟଗଡ଼ା- ଜି.ଆଇ.ଏସ୍.ଟି. ମହାବିଦ୍ୟାଳୟ, ଗଞ୍ଜାମ- ପୋଲସରା ଏନ୍.ଏ.ସି. କାର୍ଯ୍ୟାଳୟ, ବ୍ରହ୍ମପୁର- ବ୍ରହ୍ମପୁର ସମ୍ବାଦ ଅଫିସ୍, ଭଞ୍ଜନଗର- ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ହିଞ୍ଜିଳିକାଟୁ, ବନଦେବୀ ଆଇ.ଟି.ଆଇ., କବିସୂର୍ଯ୍ୟନଗର, କନ୍ଧମାଳ- ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଖଜୁରିପଡ଼ା, ବନବାସୀ ସେବା ସମିତି, କଟକ- ସମ୍ବାଦ ଅଫିସ୍, କଟକ, ଯାଚକେଶ୍ବର ୟୁଥ୍ କ୍ଳବ୍, ଗାନ୍ଧିପଲ୍ଲୀ, ଏକବେରୁଆଁ ହାଇସ୍କୁଲ୍, ନିଆଳି, ଜଗତସିଂହପୁର-ଶିରିଡ଼ି ସାଇ ମନ୍ଦିର, ଗୋପାଳସାଗର, ଯାଜପୁର-ଏନ୍.ସି. କଲେଜ୍, ଯାଜପୁର ଟାଉନ୍, କେନ୍ଦ୍ରାପଡ଼ା-କଳାବୁଦା ପଞ୍ଚାୟତ ଅଫିସ୍, ଗରଦପୁର, ବିଜୟାନନ୍ଦ ଯୁବ ପରିଷଦ, ଗୋପୀନାଥପୁର, ପାଗା, ଅନୁଗୁଳ- ଅନୁଗୁଳ ରକ୍ତ ଭଣ୍ଡାର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୃହ, ତାଳଚେର, ତାରିଣୀ ହିରୋହୋଣ୍ଡା ସୋ ରୁମ୍ (ବାଇପାସ୍), ଚାଳଚେର, ଢେଙ୍କାନାଳ- ଡି.ଆଇ.ଇ.ଟି. ପରିସର, କେନ୍ଦୁଝର- ରିକ୍ରେସନ୍ କ୍ଳବ୍, କଳିଙ୍ଗ, ବଡ଼ବିଲ, ଆନନ୍ଦପୁର- ପରମାନନ୍ଦ ଆଇ.ଟି.ସି., ସିନେମାହଲ୍ ଛକ, ଫକିରପୁର, ଆନନ୍ଦପୁର, ବାଲେଶ୍ବର- ଭୀମପୁରା ଏମ୍.ଇ. ସ୍କୁଲ୍, ଭୀମପୁରା, ଭଦ୍ରକ- ରାଜୀବ ସେବା କେନ୍ଦ୍ର, ଗେଲପୁର, ମୟୂରଭଂଜ- ବାରିପଦା ଆଇ.ଟି.ଆଇ., ବାରିପଦା, ରାଇରଂଗପୁର- ଶ୍ରୀ ଦୁର୍ଗା ହୋଟେଲ, ଦୁବାଡ଼ିଆ, ଯଶିପୁର, ଉପଖଣ୍ଡ ଚିକିତ୍ସାଳୟ, ରାଇରଂଗପୁର, ସମ୍ବଲପୁର- ସମ୍ବାଦ ଭବନ, ସାକ୍ଷୀପଡ଼ା, ଭୂଷଣ ପାୱାର ପ୍ଳାଣ୍ଟ, ଥେଲକୁଲି, ସମ୍ବଲପୁର ପ୍ରେସ୍ କ୍ଳବ୍, ଅଇଁଠାପାଲି, ସମ୍ବଲପୁର ନର୍ସିଂ କଲେଜ୍, ଧନୁପାଲି, ବୋମାଲୋଇ ଆରିଆନ୍ ଇସ୍ପାତ୍, ସମ୍ବଲପୁର, ସାନପୁର- ଅଗ୍ରସେନ ଭବନ(ମାରୁୱାଡ଼ି ଧର୍ମଶାଳା), ଭଗବତୀ ପ୍ଲଟ୍, ବଡ଼ବଜାର, କଳାହାଣ୍ଡି- କୃଷି ବିଶ୍ବବିଦ୍ୟାଳୟ, ଭବାନୀପାଟଣା, ବରଗଡ଼-ପୁରୋହିତ ଭବନ, ବରଗଡ଼, ଝାରସୁଗୁଡ଼ା-ଓ.ଏସ୍.ଏ.ପି. ବାଟାଲିୟନ୍, ଝାରସୁଗୁଡ଼ା, ନୂଆପଡ଼ା- ମୃତ୍ତିକା ସଂରକ୍ଷଣ ତାଲିମ୍ ଗୃହ, ନୂଆପଡ଼ା, ଦେବଗଡ଼- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର, ଦେବଗଡ଼, ବଲାଙ୍ଗୀର- କଲ୍ୟାଣ ମଣ୍ଡପ, ବଲାଙ୍ଗୀର, ବୌଦ୍ଧ- ଟାଉନ୍ ହଲ୍, ବୌଦ୍ଧ, ପୁରୀ- ବିହାର ଅତିଥି ଭବନ, ଗୁରୁ ଇଷ୍ଟେଟ୍ ଗ୍ରାଣ୍ଡ୍ ରୋଡ଼୍, ପୁରୀ, ନୟାଗଡ଼- ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା- କମ୍ୟୁନିଟି ହଲ୍, ଖୋର୍ଦ୍ଧା, ଭୁବନେଶ୍ବର- ଉଇନର୍ସ ଆସୋସିଏସନ୍, ସହିଦ ନଗର, ସଲିଡ୍ ହେଲଥ ଜିମ୍, ଫରେଷ୍ଟ ପାର୍କ, ରାଉରକେଲା- ଡାମିଟସ ଜଗଦା, ରାଉରକେଲା, ରିମସ୍ ଗୋପବନ୍ଧୁ ନଗର, ଛେଣ୍ଡ୍ କଲୋନୀ, ରାଉରକେଲା-୧୫, ସୁନ୍ଦରଗଡ଼- ସୁନ୍ଦରଗଡ଼ ଇଞ୍ଜିନିୟରିଂ ସ୍କୁଲ୍, କିରେଇ |
|