୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘ଆମ ଓଡ଼ିଶା’ ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବ : ‘ଶିଶୁ ସାହିତ୍ୟ ପାଇଁ ଆନ୍ଦୋଳନ ଆବଶ୍ୟକ’
ଭୁବନେଶ୍ବର, ୩/୮(ଇମିସ): ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କୁ ଆଜି ୬୦ ପୂରିଛି୤ ଏହି ଉପଲକ୍ଷେ ‘ଆମ ଓଡ଼ିଶା’ ପକ୍ଷରୁ ରେଡ଼କ୍ରସ୍ ଭବନରେ ଏକ ସମ୍ବର୍ଧନା ଉତ୍ସବର ଆୟୋଜନ କରାଯାଇଥିଲା୤ ଏଥିରେ ତାଙ୍କ ଦ୍ବାରା ଲିଖିତ ୩ଟି ପୁସ୍ତକ ‘ହୁଳୁହୁଳୁ ଅସୁର ଓ ଅନ୍ୟାନ୍ୟ କାହାଣୀ’, ‘ଦି ପୁଡ଼ୁଗା କିଙ୍ଗ୍ ଏଣ୍ଡ ଅଦର ଷ୍ଟୋରିଜ୍’ ଓ ‘ପିଲାଙ୍କ ଗପ ବହି’ର ଉନ୍ମୋଚନ ହୋଇଥିଲା୤ ବିଶିଷ୍ଟ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଏ ସବୁର ଉନ୍ମୋଚନ କରିଥିଲେ୤ ଶ୍ରୀ ମହାପାତ୍ର କହିଲେ, ଆଜିର ସମୟରେ ପିଲାମାନଙ୍କୁ ଗପ କହିବାକୁ କେହି ନାହାଁନ୍ତି୤ ବାପା ମା’ଙ୍କ ପାଖରେ ସମୟ ନ ଥିଲା ବେଳେ ନ୍ୟୁକ୍ଳିୟର୍ ଫ୍ୟାମିଲି ହେତୁ ପିଲାମାନେ ଏକୁଟିଆ ହୋଇଯାଉଛନ୍ତି୤ ସେମାନଙ୍କ ପାଇଁ ପଠନ ଉପଯୋଗୀ କୌଣସି ପୁସ୍ତକ ନାହିଁ୤ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକମାନେ ମଧ୍ୟ ଶିଶୁ ସାହିତ୍ୟ ରଚନା କରିବାରେ କୌଣସି ଆଗ୍ରହ ପ୍ରକାଶ କରୁନାହାଁନ୍ତି୤ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦାଶ ବେନହୁର ଶିଶୁ ସାହିତ୍ୟକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଛନ୍ତି୤ ଯାହାକି ପ୍ରଶଂସନୀୟ କାର୍ଯ୍ୟ ବୋଲି ଶ୍ରୀ ମହାପାତ୍ର କହିଥିଲେ୤ ପିଲାମାନଙ୍କ ମନସ୍ତତ୍ତ୍ବକୁ ବୁଝି ସେମାନଙ୍କ ମନରେ କୌତୁହଳ ହେବା ଭଳି ଲେଖା ପ୍ରକାଶ କରାଗଲେ ତାହା ଆଦରଣୀୟ ହୋଇପାରିବ୤ ଯଦି ଫକୀର ମୋହନ ସେନାପତିଙ୍କ ଭଳି କାଳଜୟୀ ଉପନ୍ୟାସକୁ ପିଲାମାନଙ୍କ ପଠନ ଉପଯୋଗୀ ଢଙ୍ଗରେ ସାହିତ୍ୟକୁ ରାଜ୍ୟ ତଥା ଦେଶ ବାହାରେ ପ୍ରକାଶ କରିବାକୁ ହେଲେ ଇଂରାଜୀ ହିଁ ଏକମାତ୍ର ମାଧ୍ୟମ୤ ତେଣୁ ଇଂରାଜୀ ପ୍ରତି ବୁମୁଖ ନ ହୋଇ ଏହାକୁ ବ୍ୟବହାର କରି ଆମେ କିପରି ଆମ ଭାଷା ଓ ସାହିତ୍ୟକୁ ସୁଦୃଢ଼ କରିପାରିବ, ସେ ବିଷୟରେ ଚିନ୍ତା କରିବା ଜରୁରି ବୋଲି ଶ୍ରୀ ଦାସ କହିଥିଲେ୤ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ୬୦ ବର୍ଷ ପରବର୍ତୀ ସମୟରେ ଜୀବନ ଆରମ୍ଭ କରୁଥିବା ବ୍ୟକ୍ତିମାନେ ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ୤ ସେମାନଙ୍କ ନିକଟରେ ଯଥେଷ୍ଟ ଅନୁଭବ ରହିଛି୤ ଯେଉଁମାନଙ୍କ ନିକଟରେ ସମୟ, ସମ୍ଭାବନା ଓ ଯଥେଷ୍ଟ ଅନୁଭବ ରହିଛି ରାଜ୍ୟର ବିକାଶ ଦିଗରେ ଏମାନଙ୍କୁ ବିନିଯୋଗ କରାଗଲେ ସୁଫଳ ମିଳିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ୤ ବର୍ତମାନ ରାଜରେ ଦେଖା ଦେଇଥିବା ନେତୃତ୍ବର ବିଲକ୍ଷଣକୁ ଏମାନେ ପୂରଣ କରିପାରିବେ ବୋଲି ସେ କହିଥିଲେ୤ ସେନା ପ୍ରସ୍ତୁତ କଲେ ଭାଷାର ସୁରକ୍ଷା ହୋଇପାରିବ ବୋଲି ଶ୍ରୀ ବେନହୁର କହିଥିଲେ୤ ଓଡ଼ିଆ ଭାଷା ଏବେ ଶାସ୍ତ୍ରୀୟ ମାନ୍ୟତା ପାଇଛି୤ ପ୍ରଥମ ବର୍ଷ ଓଡ଼ିଶାକୁ ମିଳିବାକୁ ଥିବା ୧୦୦ କୋଟି ଟଙ୍କାର ୨୫ଭାଗ ଶିଶୁ ସାହିତ୍ୟ, ୨୫ଭାଗ ବ୍ୟାକରଣ, ଲୋକକଥା ଓ ଢଗଢମାଳି ପ୍ରତି ୨୫ ଭାଗ ଓ ଅବଶିଷ୍ଟ ୨୫ ଭାଗ ଗବେଷଣାରେ ଲଗାଇଲେ ଓଡ଼ିଆ ଭାଷା ଉଜ୍ଜୀବିତ ହୋଇପାରିବ ବୋଲି ସେ କହିଥିଲେ୤ ଏହି ସମ୍ବର୍ଧନା ଉତ୍ସବରେ ‘ଆମ ଓଡ଼ିଶା’ର ପ୍ରକାଶନ ବିଭାଗର ମୁଖ୍ୟ ଅସିତ୍ ମହାନ୍ତି ଅତିଥି ପରିଚୟ ପ୍ରଦନା କରିଥିଲେ୤ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ୤ ଆଜିର ଉନ୍ମୋଚକ ଉତ୍ସବକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କନକ ଟିଭିରେ ଆସନ୍ତା ୪ ତାରିଖ ରାତି ୧୦ଟା ୩୦ର ପ୍ରସାରଣ କରାଯିବ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |