୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘ଆମ ଓଡ଼ିଶା’ର ୧୭ ବର୍ଷ ପୂର୍ତି : ଏଥର ମତଦାନ ଉପରେ ଗୁରୁତ୍ବ
ମତଦାନ କାର୍ଯ୍ୟକ୍ରମ ଉପରେ ଚଳିତ ବର୍ଷ ‘ଆମ ଓଡ଼ିଶା’ ପ୍ରାଥମିକତାର ସହ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି୤ ରକ୍ତଦାନ ଓ ଭାଷାଜ୍ଞାନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଫଳତା ପରେ ମତଦାନ କାର୍ଯ୍ୟକ୍ରମକୁ ଗୁରୁତ୍ବ ପ୍ରଦାନ କରାଯାଇ ରାଜ୍ୟବ୍ୟାପୀ ଅଭିଯାନ ଚଳାଇବ ବୋଲି ଆଜି ‘ଆମ ଓଡ଼ିଶା’ର ୧୭ ବର୍ଷ ପୂର୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା୤ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ମତଦାନର ହାର ବୃଦ୍ଧି ପାଇବା ଉପରେ ଆଲୋଚନା କରାଯାଇଥିଲା୤ ମତଦାନ କେନ୍ଦ୍ରକୁ ସମସ୍ତ ଭୋଟର୍ ନ ଆସିବା ଫଳରେ ଗାଣତନ୍ତ୍ରିକ ବ୍ୟବସ୍ଥା ସୁଚାରୁ ଭାବେ କାର୍ଯ୍ୟ କରିପାରୁ ନାହିଁ୤ ଏହା ଦ୍ବାରା ଜନପ୍ରତିନିଧି ନିର୍ବଚନ ମଧ୍ୟ ପ୍ରଭାବିତ ହେଉଛି୤ ବିଧାନଗୃହରେ ଜନଗଣଙ୍କର ସ୍ବର ଯଥାର୍ଥ ଭାବେ ପ୍ରତିଧ୍ବନିତ କରିବାକୁ ହେଲେ ତୃଣମୂଳ ସ୍ତରରୁ ଭୋଟର୍ ମାନଙ୍କୁ ପ୍ରସ୍ତୁତ କରାଯାଇ ମତଦାନର ଅଧିକାର ସାବ୍ୟସ୍ତ କରାଯିବା ଉପରେ ଗୁରୁତ୍ବ ଦିଆଯିବ ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା୤ ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଶିକ୍ଷିତ ଲୋକଙ୍କ ସଂଖ୍ୟା କମ୍ ନ ଥିବା ବେଳେ ମତଦାନର ହାର ମାତ୍ର ୩୫ ପ୍ରତିଶତ ମଧ୍ୟରେ ସୀମିତ ରହିଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା୤ ତେଣୁ ରାଜଧାନୀରେ ମତଦାତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା୤ ମତଦାନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟଙ୍କ ନେତୃତ୍ବରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲା୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |