୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
କିମସରେ ୧୨୩୦ ୟୁନିଟ୍ ରକ୍ତ ସଂଗ୍ରହ
କିମସରେ ୧୨୩୦ ୟୁନିଟ୍ ରକ୍ତ ସଂଗ୍ରହ ଆଜି ‘ଆମ ଓଡ଼ିଶା’ ଓ ‘କିଟ୍’ର ମିଳିତ ସହଯୋଗରେ କିମସ ହସପିଟାଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି୤ଏହି ଶିବିରରେ ଚଳିତ ବର୍ଷର ରେକର୍ଡ଼ ସଂଖ୍ୟକ ୧୨୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି୤ ଏହି ରକ୍ତଦାନ ଶିବିରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ‘କିଟ୍’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ୤ ଆଜି ସକାଳ ୮ଟାରେ କିଟ୍ ପରିସରରେ ଆରମ୍ଭ ହୋଇଥିଲା ମେଗା ରକ୍ତଦାନ ଶିବିର୤ ଏହି ଶିବିରରେ ବିଏମସି ବ୍ଲଡ଼୍ ବ୍ୟାଙ୍କ, କ୍ୟାପିଟାଲ୍ ବ୍ଲଡ଼ ବ୍ୟାଙ୍କ,ଏସସିବି ବ୍ଲଡ଼୍ ବ୍ୟାଙ୍କ,କଟକସ୍ଥିତ ସେଣ୍ଟ୍ରାଲ ବ୍ଲଡ଼୍ ବ୍ୟାଙ୍କ,ବ୍ରହ୍ମପୁରସ୍ଥିତ ଏମକେସିଜି ବ୍ଲଡ଼୍ ବ୍ୟାଙ୍କର ଡ଼ାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ୤ କସ୍,କିଟ୍ ର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏହି ଶିବିରରେ ସ୍ବେଚ୍ଛାରେ ରକ୍ତ ଦେବା ପାଇଁ ଆଗ୍ରହର ସହିତ ଆଗେଇ ଆସୁଥିବା ଲକ୍ଷ କରାଯାଇଥିଲା୤ ଏହି ଶିବିରକୁ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, କିଟର ଯୁଗ୍ମ ରେଜିଷ୍ଟ୍ରାର ସୁଚେତା ପ୍ରିୟବାଦିନୀ, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର,ଷ୍ଟେଟ ବ୍ଲଡ଼୍ ଟ୍ରାନସଫ୍ୟୁଜନ୍ କାଉନସିଲର ସହକାରୀ ନିର୍ଦେଶକ ସ୍ବରୂପ ଦାସ, ‘ଆମ ଓଡ଼ିଶା’ ପ୍ରକାଶନ ବିଭାଗର ଅସିତ ମହାନ୍ତି,କିମସ ରକ୍ତଦାନ ଶିବିରର କୋ ଅର୍ଡ଼ିନେଟର ଶକ୍ତିପ୍ରସାଦ ସାହୁ, ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକ ନୀଳାଦ୍ରି ମହାନ୍ତି ଓ ‘ଆମ ଓଡ଼ିଶା’ର ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ୤ କେବଳ ସେତିକି ନୁହେଁ, ଏହି ରକ୍ତଦାନ ଶିବିରକୁ କିପରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆସି ରକ୍ତଦାନ କରିପାରିବେ ସେଥିପାଇଁ କିଟର ସ୍ବେଚ୍ଛାସେବୀ ଆଗେଇ ଆସିଥିଲେ୤ କିଟର ସ୍ବେଚ୍ଛାସେବୀ ମନୀଷା ପ୍ରିୟଦର୍ଶିନୀ , ଗୌରବ ଆନନ୍ଦ, ମନୋହର ଝା, ଆର୍ଯ୍ୟ ଚକ୍ରବର୍ତୀ, ହର୍ଷ ରଘୁବଂଶୀ, ନିଶାନ୍ତ ସୁମନ୍ତ, ତନ୍ମୟ କୁଳଶ୍ରେଷ୍ଠ, ଅଭିଷେକ ତ୍ରିପାଠୀ, ସୁଦେଷ୍ଠା ମହାନ୍ତି, ଅନୁରାଗ କୁମାର, ରୋହନ ଅନୁରାଗ, ସ୍ବାଗତ ସ୍ବାଇଁ, ସୀମାଦ୍ରି ପଟ୍ଟନାୟକ, ଅରୁଣିମା ଗୁପ୍ତା, ବିଶ୍ବ ପ୍ରଭାକର, ରିକ୍ ଘୋଷ, ବିକ୍ରମ ଝା, ହିମାଂଶୁ ଶେଖର ଓ ସନ୍ନୀ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏପରି ଏକ ମେଗା ରକ୍ତଦାନ ଶିବିରକୁ ସଫଳ ଭାବେ ଆୟୋଜନ କରିବାରେ ସହଯୋଗ କରିଥିଲେ୤ ସୂଚନା ଯୋଗ୍ୟ ଯେ ଏହି ରକ୍ତଦାନ ଶିବିର ଏସିସି ସିମେଣ୍ଟ ସହଯୋଗରେ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜନ କରାଯାଉଛି୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |