୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଭିଆଇପି ଏରିଆ ଶିବିରରେ ୧୩୭ ୟୁନିଟ୍ ରକ୍ତ ସଂଗୃହୀତ Download  
‘ଆମ ଓଡ଼ିଶା’ ରକ୍ତଦାନ ଅଭିଯାନ ଭିଆଇପି ଏରିଆ ଶିବିରରେ ୧୩୭ ୟୁନିଟ୍ ରକ୍ତ ସଂଗୃହୀତ ଇଷ୍ଟର୍ଣ୍ଣମିଡ଼ିଆ ଲିମିଟେଡ଼ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆୟୋଜିତ ‘ସମ୍ବନ୍ଧ’ କାର୍ଯ୍ୟକ୍ରମରେ ଆମ ଓଡ଼ିଶା ତରଫରୁ ଏକ ବିଶେଷ ରକ୍ତଦାନ ଶିବିର ଭିଆଇପି ଏରିଆ ପ୍ଲଟ୍ ନମ୍ବର ୧୮୫/୧୮୬ରେ ଆୟୋଜିତ ହୋଇଯାଇଛି୤ ଏହି ରକ୍ତଦାନ ଶିବିରରେ ୧୩୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି୤ ଏଥିରେ ୱାର୍ଡ଼ ନଂ- ୧୦ର ରେଣ୍ଟାଲ କଲୋନିସ୍ଥିତ ‘ଶକ୍ତିମୟୀ ୱାର୍ଡ଼ ମିସନ ଶକ୍ତି ମହାସଂଘ’ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ରକ୍ତଦାନ କରିଥିଲେ୤ ଏହି ଅବସରରେ ସମ୍ବାଦ, ଆମ ଓଡ଼ିଶା, କନକ ଟିଭି, ରେଡ଼ିଓ ଚକଲେଟ୍, ଇଷ୍ଟର୍ଣ୍ଣମିଡ଼ିଆ ଏଣ୍ଟରଟେନମେଣ୍ଟ ଡ଼ିଭିଜନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ୤ ରକ୍ତଦାନ ଶିବିରକୁ ବିଏମସି ବ୍ଲଡ଼୍ ବ୍ୟାଙ୍କର ଡ଼ାକ୍ତର ରାଖଲ ଚନ୍ଦ୍ର ବେହେରା ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |