୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ସୌମ୍ୟରଂଜନ ପଟ୍ଟନାୟକଙ୍କ ୱେବ୍ସାଇଟ୍ ଲୋକାର୍ପିତ ଭୁବନେଶ୍ବର, ୧୮/୮:
ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିଜସ୍ବ ୱେବ୍ସାଇଟ୍ କୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି ୤ ଆଜି ଆମ ଓଡିଶା ପକ୍ଷରୁ ସ୍ଥାନୀୟ ଇଡ୍କଲ ପ୍ରେକ୍ଷାଳୟଠାରେ ଯୁବ ସ୍ବାଭିମାନ ଦିବସ ପାଳିତ ହୋଇଥିଲା ୤ ଏଥିରେ ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗେଦଇ କହିଲେ ଯେ ସୌମ୍ୟରଂଜନ ପଟ୍ଟନାୟକ ହେଉଛନ୍ତି ଓଡିଆ ସ୍ବାଭିମାନର ପ୍ରତୀକ ୤ ରକ୍ତଦାନ କାର୍ଯ୍ୟକ୍ରମ ହେଉ, ଭାଷାଜ୍ଞାନ ଅଭିଯାନ ହେଉ ଅଥବା ମତଦାନ ଅଭିଯାନ, ଶ୍ରୀ ପଟ୍ଟନାୟକ ଏହି ସମସ୍ତ ଅଭିଯାନରେ ବିଶେଷ ଭାବେ ଯୁବଶକ୍ତିକୁ ସାମିଲ କରିଛନ୍ତି ଏବଂ ଯୁବଗୋଷ୍ଠୀଙ୍କୁ ସ୍ବାଭିମାନର ସହ ବଞ୍ଚିବାର କଳା ଶିଖାଇଛନ୍ତି ୤ ବର୍ତ୍ତମାନ www.soumyapatnaik.in ୱେବ୍ସାଇଟ୍ ଉନ୍ମୋଚିତ ହେବା ଫଳରେ ଦେଶରେ ଓ ଦେଶ ବାହାରେ ଥିବା ସମସ୍ତ ଓଡିଆ ଏବଂ ଅଣଓଡିଆ ଲୋକେ ସୌମ୍ୟବାବୁଙ୍କୁ ଜାଣିବାରେ ଆଉ ଏକ ମାଧ୍ୟମ ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ୤ ଏହି ଯୁବ ସ୍ବାଭିମାନ ସମାରୋହରେ ଉଦ୍ବୋଧନ ଦେଇ ‘ସମ୍ବାଦ’ ର ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଲେ, ଭାଷାଜ୍ଞାନ, ମତଦାନ ଓ ରକ୍ତଦାନକୁ ନେଇ ଯେଉଁ ସ୍ବର୍ଣ୍ଣିମ ସମବାହୁ ତ୍ରିଭୁଜ ତିଆରି ହୋଇଛି, ତାହା ପରିବର୍ତ୍ତନର ପଥକୁ ଉନ୍ମୁକ୍ତ କରିବ ୤ ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବଗୋଷ୍ଠୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ୤ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିକ୍ରମ ନାୟକ ସୌମ୍ୟରଞନ ପଟ୍ଟନାୟକଙ୍କୁ ସ୍ବାଗତ କରିଥିବା ବେଳେ ଜୟଶ୍ରୀ ମହାନ୍ତି ଉନ୍ନୋଚିତ ୱେବ୍ସାଇଟ୍ ଉପରେ ସବିଶଷ ତଥ୍ୟ ପ୍ରଦାନ କରିଥିଲେ ୤ ଏହି ଅବସରରେ ରାଜ୍ୟର ପ୍ରାୟ ୮୦ ଜଣ ସ୍ବେଚ୍ଛାସେବୀଙ୍କୁ ସମ୍ବର୍ଧିତ କରାଯାଇଥିଲା ୤ ଶେଷରେ ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |