୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଭାଗ ନେଲେ ୭୫ ହଜାର ପରୀକ୍ଷାର୍ଥୀ Download  
‘ସମ୍ବାଦ’-‘ଆମ ଓଡ଼ିଶା’ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଭାଗ ନେଲେ ୭୫ ହଜାର ପରୀକ୍ଷାର୍ଥୀ ‘ସମ୍ବାଦ’-‘ଆମ ଓଡ଼ିଶା’ ତରଫରୁ ରାଜ୍ୟର ସମସ୍ତ ବ୍ଲକ୍,ମ୍ୟୁନିସିପାଲିଟି ଓ ଏନ୍ ଏସି ଅଞ୍ଚଳରେ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ଲାଗି ଚିତ୍ରାଙ୍କନ,ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ପ୍ରାୟ ୭୫ ହଜାର ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ୤ ଭାଷାଜ୍ଞାନ ପରୀକ୍ଷାରେ ସର୍ବାଧିକ ୩୧,୬୨୩ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ହସ୍ତାକ୍ଷରରେ ୨୩,୨୭୬ ଓ ଚିତ୍ରାଙ୍କନରେ ୧୯,୮୫୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ୤ ରାଜ୍ୟର ମୋଟ ୩୪୨ଟି କେନ୍ଦ୍ରରେ ଆଜି ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା୤ ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପରୀକ୍ଷାରେ ଭାଗ ନେଇଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷାରେ ଭାଗ ନେଇଥିଲେ୤ ରାଜ୍ୟର ୩୦ଟି ଜିଲ୍ଲାକୁ ୮ଟି ଜୋନରେ ବିଭକ୍ତ କରାଯାଇ ଏହି ପରୀକ୍ଷାକୁ ଆୟୋଜନ କରାଯାଇଥିଲା୤ ଏହି ପରୀକ୍ଷାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଆଜି ସଂପୃକ୍ତ ପରୀକ୍ଷା କେନ୍ଦ୍ରରେ ପୁରସ୍କୃତ କରାଯାଇଥିବା ବେଳେ ଆଜିର ସଫଳ ପ୍ରତିଯୋଗୀମାନଙ୍କ ମଧ୍ୟରୁ ରାଜ୍ୟସ୍ତରରେ ୧ମ, ୨ୟ ଓ ୩ୟ ପ୍ରତିଯୋଗୀ ଚୟନ କରାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁରସ୍କୃତ କରାଯିବାର ମଧ୍ୟ କର୍ଯ୍ୟକ୍ରମ ରହିଛି୤ ଅନୁଗୁଳ ଜୋନରେ ,ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରୀକ୍ଷା ଆୟୋଜିତ ହୋଇଥିଲା୤ ଅନୁଗୁଳ ଜିଲ୍ଲାରେ ୨୪୪୮ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ୤ ଚିତ୍ରାଙ୍କନରେ ୬୬୩ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ହସ୍ତାକ୍ଷରରେ ୬୮୮ ଓ ଭାଷାଜ୍ଞାନରେ ୧୦୯୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ୤ସେହିପରି ଢ଼େଙ୍କାନାଳ ଜିଲ୍ଲାରେ ୧୨୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ୤ ଏମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ୩୪୨ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ହସ୍ତାକ୍ଷରରେ ୩୫୨ ଓ ଭାଷାଜ୍ଞାନରେ ୫୨୪ ଜଣ ଭାଗ ନେଇଥିଲେ୤ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍ ପାଇଁ ୧୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା୤ ଏଥିରେ ଜିଲ୍ଲାର ୨୦୭୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ୤ ଏମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ୬୧୩ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ହସ୍ତାକ୍ଷରରେ ୭୬୨ ଓ ଭାଷାଜ୍ଞାନରେ ୬୯୮ ଜଣ ଭାଗ ନେଇଥିଲେ୤ ବାଲେଶ୍ବର ଜୋନରେ ବାଲେଶ୍ବର,ଭଦ୍ରକ,ରାଇରଙ୍ଗପୁର ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରୀକ୍ଷା ଆୟୋଜିତ ହୋଇଥିଲା୤ ବାଲେଶ୍ବର ଜିଲ୍ଳାର ୧୨ଟି ବ୍ଲକ୍ ପାଇଁ ୧୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା୤ ଏଥିରେ ଜିଲ୍ଲାର ସର୍ବମୋଟ ୩୩୯୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ୤ଏମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ୯୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ହସ୍ତାକ୍ଷରରେ ୧୧୦୯ ଜଣ ଓ ଭାଷାଜ୍ଞାନରେ ୧୩୬୭ ଜଣ ଭାଗ ନେଇଥିଲେ୤ସେହିପରି ଭଦ୍ରକ ଜିଲ୍ଲା ପାଇଁ ୮ଟି ପରୀକ୍ଷା କେନ୍ଦ୍ର ହୋଇଥିଲା୤ଏଥିରେ ଜିଲ୍ଲାର ୧୫୮୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ୤ଏମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ୩୮୧ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ହସ୍ତାକ୍ଷରରେ ୬୧୭ ଓ ଭାଷାଜ୍ଞାନରେ ୫୭୪ ଜଣ ଭାଗ ନେଇଥିଲେ୤ରାଇରଙ୍ଗପୁର ଜିଲ୍ଲାର ୧୨ଟି ବ୍ଲକ୍ ପାଇଁ ୧୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା୤ ଏଥିରେ ଜିଲ୍ଲାର ୩୫୭୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ୤ଏମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ୯୦୬ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ହସ୍ତାକ୍ଷରରେ ୧୩୯୫ ଓ ଭାଷାଜ୍ଞାନରେ ୧୨୭୦ ଜଣ ଭାଗ ନେଇଥିଲେ୤ ସେହିପରି ମୟୁରଭଞ୍ଜ ଜିଲ୍ଲାର ୧୪ଟି ବ୍ଲକ୍ ପାଇଁ ୧୪ଟି ପରୀକ୍ଷା କେନ୍ଦ୍ର ହୋଇଥିଲା୤ ଏଥିରେ ୩୧୮୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |