୦୬ ଜୁଲାଇ ୨୦୨୪ ସୁଦ୍ଧା ୫୩୦ ଟି ରକ୍ତଦାନ ଶିବିରରୁ ୨୩୨୭୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ଓଡ଼ିଶାର ନୂଆବହି‘ଆମ ଗଙ୍ଗାଧର’ ଉନ୍ମୋଚିତ Download  
ଆମ ଓଡ଼ିଶାର ନୂଆବହି‘ଆମ ଗଙ୍ଗାଧର’ ଉନ୍ମୋଚିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ନୂତନ ପୁସ୍ତକ ‘ଆମ ଗଙ୍ଗାଧର’ ଆସାମର ରାଜ୍ୟପାଳ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ଉନ୍ମୋଚନ କରିଥିଲେ୤ସମ୍ବାଦର ସଂପାଦକ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରହିତରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାଧ୍ୟାପକ ଡ଼. ସନ୍ତୋଷ କୁମାର ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଗଙ୍ଗାଧରଙ୍କ କବିତାରେ ଯେଉଁ ଆନନ୍ଦ ମିଳେ ତାକୁ ଚଳଣୀରେ ବ୍ୟବହାର କଲେ ଏକ ଆଦର୍ଶ ଜୀବନ ତଥା ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି କହିଥିଲେ୤ ସେ ଆହୁରି କହିଲେ ଯେ,ଗଙ୍ଗାଧର ସମାଜ ସଂସ୍କୃତି ପ୍ରତି ଯଥେଷ୍ଟ ସଚେତନ ଥିଲେ ଯେଉଁଥି ପାଇଁ ସେ ତାଙ୍କ କାବ୍ୟକବିତାରେ ଓଡ଼ିଆ ଭାଷା ସାଂସ୍କୃତିକୁ କୁଠାରଘାତ ହେଲା ପରି ପ୍ରସଙ୍ଗ ଉତଥାପନ କରିନାହାନ୍ତି୤ ଉତ୍କଳଲକ୍ଷ୍ମୀ ଗଂଗାଧରଙ୍କ ବିନୟର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ସେ କହିଥିଲେ୤ ତାଙ୍କର ଅଧ୍ୟକ୍ଷ ଅଭିଭାଷଣରେ ସୌମ୍ୟରଞ୍ଜନ ପଟ୍ଟନାୟକ ବରପାଲିରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବର ଏହା ଉଦ୍ଯାପନୀ ନୁହେଁ ବରଂ ଶୁଭାରମ୍ଭ ବୋଲି କହି ଏହି ମର୍ମରେ ପ୍ରତିବର୍ଷ ଅଗଷ୍ଟ ୯ ତାରିଖ ବରପାଲି ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସାରସ୍ବତ ସମାବେଶ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ୤ ସେ ଆହୁରି କହିଲେ ଯେ,ଭାଷା ହିଁ ଜାତିର ଜୀବନ୤ଭାଷା ମରିଗଲେ ଜାତି ମରିଥାଏ୤ ତେଣୁକରି ଭାଷାର ସୁରକ୍ଷା ତଥା ସୁଦୃଢ଼ କ୍ଷେତ୍ରରେ ଗଙ୍ଗାଧରଙ୍କ ପ୍ରେରଣା ତାଙ୍କୁ କାଳଜୟୀ କରିଛି୤ ପ୍ରକୃତରେ ଭାଷାର ଅବକ୍ଷୟ ବିରୋଧରେ ଗଙ୍ଗାଧର ହେଉଛନ୍ତି ପ୍ରେରଣାର ଉତ୍ସ୤ ଏହି ପରିପ୍ରେକ୍ଷୀ ଶ୍ରୀ ପଟ୍ଟନାୟକ ମାତୃଭାଷାକୁ ସମ୍ମାନ ପ୍ରଦର୍ଶନ ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଥିଲେ୤ ଉତ୍ସବରେ ସମ୍ବାଦ ସମ୍ବଲପୁର ସଂସ୍କରଣର ମୁଖ୍ୟ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ ବାମାପଦ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ୤ ଉତ୍ସବ ପ୍ରାରମ୍ଭରେ ଆସାମ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ ବରପାଲିସ୍ଥିତ କବି ଗଙ୍ଗାଧରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ୤ ଶ୍ରୀ ପଟ୍ଟନାୟକ ବରପାଲି ପହଞ୍ଚିବା ପରେ ବରପାଲି ଏନଏସି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସମ୍ବର୍ଧନା ଦିଆଯାଇଥିଲା୤ସଭାସ୍ଥଳରେ ‘ଆମ ଓଡ଼ିଶା’ ବରଗଡ଼ ଜିଲ୍ଲା ସଂଯୋଜକ ଇଂ ଦେବବ୍ରତ ମିଶ୍ର ଉପଢ଼ୌକନ ଦେଇ ଏବଂ ଅତାବିରା ବିଧାୟକ ନିହାର ରଂଜନ ମହନନ୍ଦ ପୁଷ୍ପଗୁଚ୍ଛ ପ୍ରଦାନ କରି ରାଜ୍ୟପାଳ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧନା କରିଥିଲେ୤ ସମ୍ବାଦ ବରଗଡ଼ ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀନାରାୟଣ ହୋତା ଧନ୍ୟବାଦ ଦେଇଥିଲେ ୤ ଉତ୍ସବରେ ସମ୍ବଲପୁରରୁ ଆସିଥିବା ଅସୀମ ପ୍ରଧାନ ଓ ସାଥୀଙ୍କ ଦ୍ବାରା ଗଙ୍ଗାଧରଙ୍କ କାବ୍ୟକୃତିକୁ ନେଇ ନୃତ୍ୟନାଟିକା ‘ଅମୃତର ଅର୍ଘ’ରେ ଏବଂ ସଙ୍ଗତୀଜ୍ଞ କଣ୍ଠଶିଳ୍ପୀ ନବ ମହତ୍ତମ ଓ ସାଥୀଙ୍କ ଦ୍ବାରା ଗଙ୍ଗାଧରଙ୍କ ରଚିତ କବିତା ଗୁଡ଼ିକ ଉପରେ ପର୍ଯ୍ୟବେସିତ ସାଂସ୍କୃତିକ ସଂଧ୍ୟା ପରିବେଷିତ ହୋଇଥିଲା ୤ ଉତ୍ସବରେ ବରଗଡ଼, ସମ୍ବଲପୁର,ବଲାଙ୍ଗିର,ସୋନପୁର ପ୍ରଭୁତି ଜିଲ୍ଲାର ବହୁ ବିଶିଷ୍ଟ ବୁଦ୍ଧିଜୀବୀ,ରାଜନେତା, ସାହିତ୍ୟିକ ତଥା ଗଙ୍ଗାଧର ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |