୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘କନକ ଟିଭି’ରେ ଏ ମାସର ‘ଆମ ବହି’ କାର୍ଯ୍ୟକ୍ରମ, ‘କଥା ଶତକ’ ଉନ୍ନୋଚିତ
ଭୁବନେଶ୍ବର, ୨/୧୦ (ଇମିସ): ‘ଆମ ଓଡ଼ିଶା’ ପକ୍ଷରୁ ‘କନକ ଟିଭି’ ରେ ପ୍ରତିମାସ ପ୍ରଥମ ରବିବାରରେ ପ୍ରସାରିତ ହେଉଥିବା ‘ଆମ ବହି’ କାର୍ଯ୍ୟକ୍ରମରେ ଏ ମାସର ବହି ଭାବେ ‘କଥା ଶତକ’ ଉନ୍ନୋଚିତ ହୋଇଛି୤ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ତଥା ଶ୍ରୀଜଗନ୍ନାଥଙ୍କ ଭକ୍ତ ଓ ସ୍ତମ୍ଭକାର ଡ଼ାକ୍ତର କବି ପ୍ରସାଦ ମିଶ୍ର ଏହି ପୁସ୍ତକକୁ ଉନ୍ନୋଚନ କରିଥିଲେ୤ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରକାଶନ ସଂପାଦକ ଅସିତ ମହାନ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ୤ ବିଶିଷ୍ଟ ଭାଷାବିତ୍ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓ ‘ସମ୍ବାଦ’ର ଫିଚର ସଂପାଦକ ଡ଼କ୍ଟର ଗୌରହରି ଦାସ କାର୍ଯ୍ୟକ୍ରମରେ ଭାଗନେଇ ପୁସ୍ତକର ସମୀକ୍ଷା ଓ ଉପସ୍ଥାପନା କରିଥିଲେ୤ ‘କଥା ଶତକ’ ସମ୍ବାଦର ସଂପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଆସୁଥିବା ଶିକ୍ଷଣୀୟ ଓ ପ୍ରେରଣାପ୍ରଦ ଛୋଟ ଛୋଟ କଥାର ଏକ ସଂକଳନ୤ ଏଥିରେ ସୁନିର୍ବାଚିତ ଶହେଟି କଥା ରହିଛି୤ ଏଗୁଡ଼ିକୁ ପାଠକଙ୍କ ନିକଟରେ ଅଧିକ ଆଦୃତ କରିବାପାଇଁ ପ୍ରତି କଥା ସହିତ ସ୍ବତନ୍ତ୍ର ଭାବେ ଅଙ୍କିତ ଚିତ୍ର ଦିଆଯାଇଛି୤ଆଜିର ବ୍ୟସ୍ତତା ବହୁଳ ସମୟରେ ଏହି ଛୋଟ ଛୋଟ କାହାଣୀ ଗୁଡ଼ିକରୁ ପାଠକ ଆନନ୍ଦ ପାଇବା ସହିତ ଏହା ସେମାନଙ୍କର ଜୀବନ ଓ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ସଂକଳକ ଓ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି୤ ପୁସ୍ତକଟିକୁ ଉନ୍ନୋଚନ କରି ଡ଼ାକ୍ତର କବିପ୍ରସାଦ ମିଶ୍ର ଭାରତର ହଜାର ହଜାର ବର୍ଷର ସମୃଦ୍ଧ କାହାଣୀ ପରମ୍ପରା ଉପରେ ଆଲୋକପାତ କରିଥିଲେ୤ ଆଚାର୍ଯ୍ୟ ବିଷ୍ଣୁ ଶର୍ମାଙ୍କ ‘ପଞ୍ଚତନ୍ତ୍ର’ କାହାଣୀ ଉଦାହରଣ ଦେଇ ଆଜିର ସମୟରେ ଏପରି ନୀତିକଥା ସମ୍ବଳିତ ପୁସ୍ତକର ବ୍ୟାପକ ଉପଯୋଗିତା ଅଛି ବୋଲି ସେ କହିଥିଲେ୤ ପୁସ୍ତକର ସମୀକ୍ଷା କରି ଡ଼କ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ କହିଥିଲେ ଯେ ଏପରି କାହାଣୀ ବାରମ୍ବାର କଥିତ ହେଉଥାଏ୤ ମାତ୍ର ସମୟ କ୍ରମେ ଗପର ଚରିତ୍ର ଓ କାହାଣୀ ବଦଳୁଥିଲେ ବି ମୂଳ ସାରକଥା ଅକ୍ଷୁର୍ଣ୍ଣ ରହେ୤ ଡ଼କ୍ଟର ଗୌରହରି ଦାସ ଏହି ‘କଥା ଶତକ’ର କାହାଣୀ ଗୁଡ଼ିକ ବିନ୍ଦୁରେ ସିନ୍ଧୁ ଦର୍ଶନ ବୋଲି କହିଥିଲେ୤ ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ପୃଷ୍ଠାରେ ଏହି କାହାଣୀ ଗୁଡ଼ିକର ପ୍ରସ୍ତୁତି ଦାୟତତ୍ବରେ ଥିବା ସିର୍ଦ୍ଧାର୍ଥ ମହାପାତ୍ର ଓ ପୁଷ୍ପମିତ୍ର ମହାନ୍ତି ଏହାର ପାଠକୀୟ ଆଦୃତି ସଂପର୍କରେ ସୂଚନା ଦେଇଥିଲେ୤ ଲଳିତକଳା ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଳ୍ପୀ ଶଶିକାନ୍ତ ରାଉତ ପୁସ୍ତକଟିର ଭାବପୂର୍ଣ୍ଣ ପ୍ରଚ୍ଛଦ ଆଙ୍କିଥିବା ବେଳେ ଶିଳ୍ପୀ ଲକ୍ଷ୍ମୀଧର ଜେନା ଏହାର ଅଳଙ୍କରଣ କରିଛନ୍ତି୤ ପୁସ୍ତକଟିକୁ ବିବାହ, ବ୍ରତୋପନୟନ ଆଦିରେ ଉପହାର ରୂପେ ଦିଆଯାଇପାରିବା ପରି ପ୍ରସ୍ତୁତ କରାଯାଇଛି ବୋଲି ପ୍ରକାଶନ ସଂପାଦକ ଅସିତ ମହାନ୍ତି ସୂଚନା ଦେଇଛନ୍ତି୤ ୧୭୨ ପୃଷ୍ଠାର ଏହି ବହିର ସୁଲଭ ମୂଲ୍ୟ ମାତ୍ର ୮୦ ଟଙ୍କା ରଖାଯାଇଛି୤ ‘ସମ୍ବାଦ’ ର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଜିଲ୍ଲା ଓ ବ୍ଲକ ପ୍ରତିନିଧି ତଥା ‘ଆମ ଓଡ଼ିଶା’ର ବ୍ଳକ ସଂଯୋଜକଙ୍କ ଜରିଆରେ ଏହି ପୁସ୍ତକ ଉପଲବ୍ଧ ହେବ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |