୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
କେଶୁରା ଷ୍ଟେଟ୍ ବ୍ୟାଙ୍କ କଲୋନିରୁ ୧୧୦ ୟୁନିଟ୍ ରକ୍ତ ସଂଗ୍ରହ ୤ Download  
କେଶୁରା ଷ୍ଟେଟ୍ ବ୍ୟାଙ୍କ କଲୋନିରୁ ୧୧୦ ୟୁନିଟ୍ ରକ୍ତ ସଂଗ୍ରହ ୤ ରାଜଧାନୀ ଉପକଣ୍ଠସ୍ଥ କେଶୁରା ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ କଲୋନିରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା୤ ‘ଆମ ଓଡ଼ିଶା’, ଦେବାଶ୍ରମ ଆପାର୍ଟମେଣ୍ଟ୍ ଓନରସ୍ ୱେଲଫେୟାର ସୋସାଇଟ୍, ଦେବାଶ୍ରମ ସ୍ପୋର୍ଟସ କ୍ଲବ ଓ ଦେବାଶ୍ରମ କଲଚରାଲ କ୍ଲବର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରୁ ୧୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ୤ ରକ୍ତଦାନ ପାଇଁ ସ୍ଥାନୀୟ ବାସିନ୍ଦା ଓ ନିକଟସ୍ଥ ଆଇଆଇଟି ହଷ୍ଟେଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଥିଲା୤ ଦେବାଶ୍ରମ ଆପାର୍ଟମେଣ୍ଟ୍ ଓନର୍ସ ୱେଲ୍ଫେୟାର ସୋସାଇଟର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ଅନୁଷ୍ଠାନର ସଦସ୍ୟ ନୀଳମାଧବ ପାଣି,ସ୍ମୃତି କୁମାର ବୋଷ,ରାଜକିଶୋର ମିଶ୍ର,ସତ୍ୟପ୍ରକାଶ ମିଶ୍ର,ବଳରାମ ପଟ୍ଟନାୟକ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ୤ ସେହିପରି ସ୍ପୋର୍ଟସ କ୍ଲବ୍ ଓ କଲଚରାଲ୍ କ୍ଲବ୍ ତରଫରୁ ନିଗମାନନ୍ଦ ପାତ୍ର,ଅମ୍ଳାନ ମିଶ୍ର,ଅଞ୍ଜନ ନାୟକ,ଦେବେନ୍ ମିଶ୍ର,ପ୍ରଶାନ୍ତ କୁମାର ବିଶ୍ବାଳ,ଆକବର୍ ଅଲ୍ଲୀଖାନ୍ ପ୍ରମୁଖ ଶିବିର ପରିଚାଳନା କରିଥିଲେ୤ ବିଏମ୍ସି ରକ୍ତଭଣ୍ଡାର ଓ ଆମ ଓଡ଼ିଶାର କର୍ମକର୍ତାମାନେ ଉପସ୍ଥିତ ଥିଲେ ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |