Back
‘କନକ ଟିଭି’ରେ ‘ଆମ ବହି’ କାର୍ଯ୍ୟକ୍ରମର ପ୍ରସାରଣ |
|
|
|
‘ଅମର ବିଶ୍ବସାହିତ୍ୟ’ ଉନ୍ମୋଚିତ
ଭୁବନେଶ୍ବର ୭/୧(ଇମିସ)- ‘ଆମ ଓଡ଼ିଶା’ ପକ୍ଷରୁ ‘କନକ ଟିଭି’ରେ ପ୍ରତିମାସର ପ୍ରଥମ ରବିବାରରେ ପ୍ରସାରିତ ହେଉଥିବା ‘ଆମ ବହି’ କାର୍ଯ୍ୟକ୍ରମ ନୂଆବର୍ଷ ପରିପ୍ରେକ୍ଷୀରେ ଏଥର ଦ୍ବିତୀୟ ରବିବାର ରାତି ୮ଟାରେ ପ୍ରସାରିତ ହୋଇଛି ଏହି କାର୍ଯ୍ୟକ୍ରମରେ ଏଥର ‘ଅମର ବିଶ୍ବସାହିତ୍ୟ’ ନାମରେ ଗୋଟିଏ ବହି ଉନ୍ମୋଚିତ ହୋଇଛି
କାର୍ଯ୍ୟକ୍ରମ ସଂପର୍କରେ ପ୍ରରମ୍ଭିକ ସୂଚନା ଦେଇ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ‘ଆମ ଓଡ଼ିଶା’ ପ୍ରକାଶନ ପଛରେ ଥିବା ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ନୂଆପିଢ଼ିର ପାଠକଙ୍କୁ ଅଧିକରୁ ଅଧିକ ଉପାଦେୟ ପଠନ ସାମଗ୍ରୀ ଯୋଗାଇ ଦେବା ଦିଗରେ ‘ଆମ ଓଡ଼ିଶା’ ପ୍ରକାଶନ ଏବର୍ଷ କାମ କରିବ ବୋଲି ସେ ସୂଚନା ଦେଇଥିଲେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ,ପ୍ରକାଶନ ସଂପାଦକ ଅସିତ ମହାନ୍ତି ଏବଂ ପୁସ୍ତକର ଅନୁବାଦକ ତଥା ସଂପାଦକ ଦାଶ ବେନହୁରଙ୍କ ଉପସ୍ଥିତିରେ ‘ଅମର ବିଶ୍ବସାହିତ୍ୟ’କୁ ବିଶିଷ୍ଟ ଅନୁବାଦକ ପ୍ରଫେସର ବିକ୍ରମ ଦାଶ ଉନ୍ମୋଚନ କରିଥିଲେ ବଡ଼ ବଡ଼ ବହି ପଢ଼ିବାପାଇଁ ଏବେ ସମୟ ନଥିବାରୁ ବିଶ୍ବସାହିତ୍ୟର ବଡ଼ ବଡ଼, କାଳଜୟୀ ବହିର ଏପରି ସଂକ୍ଷିପ୍ତ ରୂପ ନୂଆ ପିଢ଼ିର ପାଠକଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଥିଲେଏହି ଅବସରରେ ପୁସ୍ତକଟିର ସମୀକ୍ଷା କରିଥିଲେ ପ୍ରଫେସର ଯତୀନ ନାୟକ ସେ କହିଥିଲେ, ଆମର ନୂଆପିଢ଼ିର ପାଠକଙ୍କୁ ବିଶ୍ବସାହିତ୍ୟର ଅମର କୃତି ଗୁଡ଼ିକ ସମ୍ପର୍କରେ ପରିଚିତ କରାଇବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ଏହି ଛୋଟ ବହି ମାଧ୍ୟମରେ ବିଶ୍ବସାହିତ୍ୟ ସହ ପରିଚିତ ହୋଇ ଭବିଷ୍ୟତରେ ସେମାନେ ମୂଳବହି ପଢ଼ିବା ପାଇଁ ଆଗ୍ରହୀ ହେବେ ବିଶ୍ବସାହିତ୍ୟର ଦଶଟି ଅମର କୃତିର ସଂକ୍ଷିପ୍ତ ରୂପକୁ ନେଇ ଏହି ପୁସ୍ତକ ପ୍ରସ୍ତୁତ ହେଲେ ମଧ୍ୟ ଏହା ଉଭୟ କିଶୋର ଓ ବୟସ୍କ ପାଠକଙ୍କ ପାଇଁ ବୋଲି ପୁସ୍ତକର ଅନୁବାଦକ ଓ ସଂପାଦକ ଦାଶ ବେନହୁର କହିଥିଲେ ବାହାର ଦୁନିଆର ସାହିତ୍ୟ ସହ ଆମ ସାହିତ୍ୟର ପରିଚିତ ହେଲେ ହିଁ ଆମ ମାନସିକତାର ବିକାଶ ଘଟିପାରିବ ବୋଲି ସେ କହିଥିଲେ ପୁସ୍ତକ ସଂପର୍କରେ ସୂଚନା ଦେଇ ପ୍ରକାଶନ ସଂପାଦକ ଶ୍ରୀ ମହାନ୍ତି କହିଥିଲେ ଯେ ମୂଳ ପୁସ୍ତକର ଫଟୋଚିତ୍ର,ପୁସ୍ତକର ଲେଖକଙ୍କ ଫଟୋଚିତ୍ର ଏବଂ ଲେଖକଙ୍କ ସଂପର୍କରେ ସଂକ୍ଷିପ୍ତ ପରିଚିତ ଦିଆଯାଇ ଏହି ପୁସ୍ତକଟିକୁ ଯଥାସମ୍ଭବ ତଥ୍ୟପୂର୍ଣ୍ଣ ଓ ଜ୍ଞାନଗର୍ଭକ କରିବାପାଇଁ ଉଦ୍ୟମ କରାଯାଇଛି ଏହା ସହିତ ସୁନ୍ଦର ପ୍ରଚ୍ଛଦ ଓ ପରିଚ୍ଛନ୍ନ ମୁଦ୍ରଣ ଦୃଷ୍ଟିରୁ ପୁସ୍ତକଟି ପାଠକପାଠିକାଙ୍କ ଦ୍ବାରା ବହୁଳ ଆଦର ଲାଭ କରିବ ବୋଲି ସେ କହିଥିଲେ ୮୦ପୃଷ୍ଠାର ଏହି ସଚିତ୍ର ବହିର ମୂଲ୍ୟ ମାତ୍ର ୪୦ଟଙ୍କା
|
|
|
|
|
|