୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଅଧ୍ୟକ୍ଷଙ୍କ କଲମରୁ
Soumya Ranjan Patnaikଆମେ ଓଡ଼ିଶା ମାଟିରେ ଜନ୍ମିଛୁ; ଓଡ଼ିଶା ପାଣି ପବନରେ ବଢ଼ିଛୁ ୤ ବଞ୍ଚିଥିବା ପର୍ଯ୍ୟନ୍ତ ଓଡ଼ିଶା ଆମର ଏବଂ ଆମେ ଓଡ଼ିଶାର ହୋଇ ରହିବୁ ୤ ଏହା ହିଁ ଆମର ମୌଳିକ ପରିଚୟ, ପ୍ରତ୍ୟେକ ଓଡ଼ିଆର ସର୍ବପ୍ରଥମ ପରିଚୟ ଏବଂ ଏ ପରିଚୟ କଦାପି ବଦଳି ପାରିବ ନାହିଁ ୤

ଆମେ ଓଡ଼ିଆ କହୁ ବୋଲି ଆମେ ଓଡ଼ିଆ ୤ ଆମେ ଓ ଆମ ଭାଷା ଅଭିନ୍ନ ୤ ଏ ଭାଷା ଆମର ପରିଚୟ; ଆମ ଚିନ୍ତା, ଚେତନା, ଚରିତ୍ର ଓ ସ୍ବାଭିମାନର ଅଭିବ୍ୟକ୍ତି୤ ଏ ଭାଷା ପ୍ରତି ଯଦି ଆମର ମମତା ଆସି ନାହିଁ, ଏ ଭାଷା କହିଲା ବେଳେ ଯଦି ଗର୍ବରେ ଛାତି ଫୁଲି ଉଠୁନାହିଁ, ଓଡ଼ିଆଙ୍କ ମେଳରେ ମାତୃଭାଷାରେ କଥା ହେବାକୁ ଯଦି ଆମେ ପବିତ୍ର କର୍ତ୍ତବ୍ୟ ବୋଲି ମଣି ପାରୁନାହୁଁ, ଯଦି ଓଡ଼ିଶା ବାହାରେ ଓଡ଼ିଆ କହିଲା ବେଳେ ଆମେ ହୀନମନ୍ୟତାରେ ସଂକୁଚିତ ହୋଇ ଯାଉଛୁ, ତା’ହେଲେ ନିଜକୁ ଓଡ଼ିଆ କହିବାର ଅଧିକାର ଆମର ନାହିଁ ୤ ଏ ଅଧିକାର ଅର୍ଜନ କରିବାକୁ, ଏକ ନବଜାଗରଣର ପ୍ରୟୋଜନ ରହିଛି, ଓଡ଼ିଆଙ୍କର ପ୍ରତିବଦ୍ଧତାର ପ୍ରୟୋଜନ ରହିଛି ୤

ଆସନ୍ତୁ ‘ଆମ ଓଡ଼ିଶା’ ନାମରେ ଏକ ନବନିର୍ମାଣାର ପ୍ରୟାସ କରିବା ୤ ଆଶା କରିବା ଯେ ଆମର ସ୍ବାଭିମାନ ଓ ଭାଷା ପାଇଁ ସମ୍ଭ୍ରମବୋଧ, କ୍ରମଶଃ ଆମ ଚେତନାରେ ପ୍ରତିଷ୍ଠିତ ହେବ, ଏକ ନୂତନ ସଜ୍ଞା ବହନ କରି ଦେଶପ୍ରେମର ପୁନର୍ଜାଗରଣ ହେବ ୤ ଏ ମୌଳିକ ମାନସିକତା ସ୍ଥିର ନ ହେଲେ, ଆମେ ପରସ୍ପରକୁ, ଦେଶକୁ ଓ ଭାଷାକୁ ନିଃସର୍ତ୍ତ ଏବଂ ପ୍ରଗାଢ ଭାବରେ ଭଲ ନ ପାଇଲେ ଆମ ସ୍ବପ୍ନର ଓଡ଼ିଶା ସାକାର ହୋଇ ପାରିବ ନାହିଁ ୤ ଆସନ୍ତୁ ଏ ନୂତନ ଆନ୍ଦୋଳନରେ ପରସ୍ପରକୁ ସହଯୋଗ କରିବା ୤ ଏ ଆନ୍ଦୋଳନର ନାଁ ରଖିବା, “ଆମ ଓଡ଼ିଶା”

Sign of Soumya Ranjan Patnaik
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |