୨୮ ଅକ୍ଟୋବର ୨୦୧୭ ସୁଦ୍ଧା ମୋଟ ୧୦୫୨ ରକ୍ତଦାନ ଶିବିରରୁ ୫୦୮୭୮ ୟୁନିଟ୍ ରକ୍ତ ସଂଗୃହୀତ। ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ରାଜ୍ୟ ସରକାରଙ୍କ ଠାରୁ ଲଗାତାର ୧୧ ଥର ପୁରସ୍କୃତ। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।
‘ଆମ ଓଡ଼ିଶା’ ସଂପର୍କରେ
ଓଡ଼ିଶା ଆମ ମାଆ ୤ ଓଡ଼ିଆ ଆମ ମାଆର ଭାଷା ୤ ଏ ଭାଷାକୁ ଆମେ ଉତ୍ତରାଧିକାର ସୂତ୍ରରେ ପାଇଛୁ ୤ ଏ ମାଟି ଆମ ରକ୍ତର ମାଟି୤ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ସାଙ୍ଗକୁ ଓଡ଼ିଶା ମାଟିର ସର୍ବାଙ୍ଗୀନ ବିକାଶ ଆମର ଚରମ ଓ ପରମ ଲକ୍ଷ୍ୟ ୤

ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ବାଭିମାନର ପରିବୃଦ୍ଧି କାମନା କରି ୧୯୯୬ ମସିହା ଜୁଲାଇ ୧୭ ତାରିଖ ବୁଧବାର ପବିତ୍ର ରଥଯାତ୍ରା ଓ ନବକଳେବର ଦିନ “ଆମ ଓଡ଼ିଶା” ଅନୁଷ୍ଠାନ ଗଠିତ ହୋଇଛି୤ ଏହା ଏକ ଅନୁଷ୍ଠାନ ମାତ୍ର ନୁହେଁ, ଓଡ଼ିଆ ଓ ଓଡ଼ିଶାକୁ ଗଭୀର ଭାବରେ ଜାଣି ତା’ର ଉନ୍ନତି ଲାଗି କାର୍ଯ୍ୟ କରିବା ସକାଶେ ଏକ ଅନ୍ତରଙ୍ଗ ଆନ୍ଦୋଳନ ୤

ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |