୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ନୃତ୍ୟ କଳା
ପୂର୍ବ ପୃଷ୍ଠା
Mo Khataଓଡ଼ିଶୀ
ଭାରତର ୮ଟି ଶାସ୍ତ୍ରୀୟ ନୃତ୍ୟକଳା ମଧ୍ୟରୁ ଓଡ଼ିଶୀ ନୃତ୍ୟକଳା ଅନ୍ୟତମ ୤ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରେ ଖାରବେଳଙ୍କ ଶାସନ କାଳରେ ଖୋଦିତ ହୋଇଥିବା ରାଣୀ ଗୁମ୍ଫାରେ ଓଡ଼ିଶାର ଏହି ନୃତ୍ୟ ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ୤ ଶ୍ରୀ ମନ୍ଦିରର ଦେବଦାସୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟରୁ ସାର ସଂଗ୍ରହ କରି ଓଡ଼ିଶୀ ନୃତ୍ୟକଳା ପରିପୁଷ୍ଟ ହୋଇଅଛି ୤ ଏହି ନୃତ୍ୟ ମଙ୍ଗଳାଚରଣ, ବଟୁ , ପଲ୍ଲବୀ, ଅଭିନୟ ଓ ମୋକ୍ଷନୃତ୍ୟ ଭଳି ୫ଟି ସୋପାନରେ ସମ୍ପନ୍ନ ହୁଏ ୤ ଓଡ଼ିଶୀ ନୃତ୍ୟ ଶୈଳୀର ତ୍ରିଭଙ୍ଗ ଓ ଚଉକଭଙ୍ଗୀ ଏହାର ବିଶେଷତ୍ବ ୤ ଓଡ଼ିଶୀ ସଂଗୀତର ତାଳରେ ଏହି ନୃତ୍ୟ ପ୍ରଦର୍ଶିତ ହୁଏ ଓ ଏଥିରେ ହାରମୋନିଅମ୍, ବଂଶୀ, ମର୍ଦ୍ଦଳ ଓ ମଂଜିରା ଭଳି ବାଦ୍ୟ ବ୍ୟବହୃତ ହୁଏ ୤ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦିତ ଅପରୂପ ଲାସ୍ୟମୟ ଅଂଗଭଂଗୀ ଓ ମନୋରମ ଅଭିବ୍ୟକ୍ତିକୁ ନେଇ ଓଡ଼ିଶୀ ନୃତ୍ୟର ମାଧୁରୀ ସାରା ବିଶ୍ବରେ ଆଦୃତ ହୋଇଛି ୤
Mo Khataଘୁମୁରା
କଳାହାଣ୍ଡି ଅଞ୍ଚଳର ଲୋକନୃତ୍ୟ ଘମୁରା, ଏହି ନୃତ୍ୟରେ ବ୍ୟବହୃତ ହେଉଥିବା ବାଦ୍ୟଯନ୍ତ୍ରର ନାମାନୁସାରେ ନାମିତ ହୋଇଛି ୤ ଏହି ଘମୁରା ବାଦ୍ୟ ଯନ୍ତ୍ରଟିର ମୁହଁଟି ଗୋଧି ଚମଡାରେ ବନ୍ଧା ହୋଇଥାଏ ୤ ନର୍ତ୍ତକମାନେ କାନ୍ଧରେ ଝୁଲାଇ ନିଜ ଛାତି ପାଖରେ ରେ ରଖି ଏହାକୁ ବଜାଇଥାନ୍ତି ୤ ସେମାନେ ମୁଣ୍ଡରେ ପଗଡ଼ି ବାନ୍ଧି ମୟୂରଚୁଳ ଖୋସିଥାନ୍ତି ୤ ଅଣ୍ଟାରେ ଘାଗୁଡ଼ି ଓ ଗୋଡରେ ଘୁଙ୍ଗୁର ବାନ୍ଧିଥାନ୍ତି ୤ ଏହି ନୃତ୍ୟରେ ଛାନ୍ଦ, ଚୌପଦୀ ଓ ବିଭିନ୍ନ ପୌରାଣିକ କାହାଣୀକୁ ନେଇ ଗୀତ ପରିବେଷ୍ଟିତ ହୋଇଥାଏ ୤ ଦଶହରା, ନୂଆଖାଇ ତଥା ଅନ୍ୟାନ୍ୟ ସାମାଜିକ ପର୍ବପର୍ବାଣିରେ ଏହା ପରିବେଷଣ କରାଯାଇଥାଏ ୤
Mo Khataଛଉ ନୃତ୍ୟ
ଓଡ଼ିଆ ଜାତି ଏକ ବୀର ଜାତି ରୁପେ ବହୁ କାଳରୁ ପରିଚିତ ୤ଏ ଦେଶର ପାଇକମାନେ ବିଜୟ ଅଭିଯାନରେ ଯାଉଥିବା ଅବସରରେ ନିଜ ନିଜ ଛାଉଣୀରେ ସମରାଭ୍ୟାସ କରିନ୍ତି୤ ସମରାଭ୍ୟାସର ଏହି ଅଙ୍ଗଭଙ୍ଗୀ ଛଉ ନୃତ୍ୟରେ ବ୍ୟବହୃତ ହୋଇଥାଏ ୤ ‘ଛାଉଣୀ’ ବା ଶିବିରରୁ ‘ଛଉ’ ନାମ ଆସିଅଛି ବୋଲି ଭବେଷକମାନେ ମତ ଦିଅନ୍ତି ୤ ଏହି ଛଉ ନୃତ୍ୟରେ ରାମାୟଣ, ମହାଭାରତ ଓ ବିଭିନ୍ନ ପୌରାଣିକ କାହାଣୀଗୁଡ଼ିକୁ ଅଭିନୟକରି ପ୍ରଦର୍ଶନ କରାଯାଏ ୤ ଏଥିରେ ବୀରତ୍ବ ସୂଚକ ବାଦ୍ୟ ଧୁମୁସା, ନାଗରା, ଢୋଲ, ଯୋଡ଼ିମହୁରୀ ଓ କାହାଳୀ ଆଦି ବ୍ୟବହାର କରାଯାଏ ୤ଓଡ଼ିଶାର ମୟୂରଭଞ ଜିଲ୍ଲାର ଛଉନୃତ୍ୟ ଓ ଭାରତ ବାହାରେ ବେଶ୍ ଜନପ୍ରିୟ ୤
କି ସୁନ୍ଦର ଆହା
କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର,
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର ୤
ସୂର୍ଯ୍ୟ, ଚନ୍ଦ୍ର, ତାରା ତୁମ୍ଭର ଆଜ୍ଞାରେ
ବରଷନ୍ତି ଜ୍ୟୋତିରାଶି,
ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ
ହସଇ ଆନନ୍ଦେ ଭାସି ୤
ପିତା ମାତା ବନ୍ଧୁ ଭାଇ ଭଗିନୀର
ହୃଦୟେ ଦେଇଛ ପ୍ରୀତି,
ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ
ସୁଖ ଭୁଞି ନିତି ନିତି ୤
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ,
ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ
ଯାଉ ମୋ ଦିନ ମହୀରେ ୤
------------------
Mo Khata
- ଭକ୍ତ କବି ମଧୁସୂଦନ ରାଓ -
ପୂର୍ବ ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |