୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ଜନଜାତି
ପୂର୍ବ ପୃଷ୍ଠା
Mo Khataବଣ୍ଡା
ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଛକୁଣ୍ଡ ନଦୀର ଉତ୍ତର ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ‘ବଣ୍ଡା’ ନାମକ ଏକ ଆଦିବାସୀ ସଂପ୍ରଦାୟ ବାସ କରନ୍ତି ୤ ଖଇରାପୁଟ ବ୍ଳକର ପ୍ରାୟ ୩୨ଟି ଗ୍ରାମରେ ସୀମିତ ଅଞ୍ଚଳରେ ବାସ କରୁଥିବା ଏହି ଜନଜାତିର ସ୍ବାତନ୍ତ୍ର୍ୟ ହେଲା ସେମାନଙ୍କର ବେଶଭୂଷା ଓ ଦୁର୍ଦ୍ଧଷ ଜୀବନଶୈଳୀ ୤ ବଣ୍ଡା ପୁରୁଷମାନେ ପ୍ରାୟ ସବୁବେଳେ ଧନୁତୀର ପାଖରେ ରଖିଥାନ୍ତି ୤ ମହିଳାମାନେ ଗଳାରେ ଧାତବ ବଳା ପିନ୍ଧନ୍ତି ଓ ମାଳି ଗୋଛାଏ ବେକରୁ ଝୁଲାଇ ଥାନ୍ତି ୤ ଏହି ଜାତିର ମୁଖ୍ୟ ଦେବତା ପାଟଖଣ୍ଡା ମହାପ୍ରଭୁ ଏକ ଲମ୍ବା ଖଣ୍ଡା ରୁପରେ ମୁଦୁଲିପଡା ଗାଁ ନିକଟରେ ଏକ ବରଗଛ ଉପରେ ରଖାହୋଇଥାନ୍ତି ୤
Mo Khataକନ୍ଧ
ଓଡ଼ିଶାର ଆଦିବାସୀ ଜନଜାତିଙ୍କ ମଧ୍ୟରେ କନ୍ଧମାନଙ୍କର ସଂଖ୍ୟା ସବୁଠାରୁ ଅଧିକ ୤ ସେମାନଙ୍କ ମଧ୍ୟରେ କୁଟିଆ କନ୍ଧ, ଡୋଙ୍ଗରିଆ କନ୍ଧ ଓ ଦେଶିଆ କନ୍ଧ ଆଦି ଅନେକ ଭିନ୍ନ ଭିନ୍ନ ସଂପ୍ରଦାୟର କନ୍ଧ ଅଛନ୍ତି ୤ ଏମାନେ ମୁଖ୍ୟତଃ କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲାର ନିୟମଗିରି ପର୍ବତଶ୍ରେଣୀ ଓ କଳାହାଣ୍ଡି ଅଞ୍ଚଳରେ ଦେଖାଯାନ୍ତି ୤ ଏମାନେ ଶାନ୍ତିପ୍ରିୟ ଓ ଅତି ସରଳ ଜୀବନ ଯାପନ କରନ୍ତି ୤ ଜଙ୍ଗଲ ଓ ପାର୍ବତ୍ୟ ପରିବେଶ ସହିତ ଅତି ଅନ୍ତରଙ୍ଗ ଭାବରେ ଜଡ଼ିତ ଏହି ଜନଜାତିର ନୃତ୍ୟ, ସଂଗୀତ ଓ ସାମାଜିକ ପରମ୍ପରା ପରିବେଶ ସହିତ ଏକ ସନ୍ତୁଳିତ ଜୀବନଶୈଳୀର ସୂଚନା ଦିଏ ୤
Mo Khataଲାଞିଆ ଶଉରା
ଶଉରା ଜାତିର ଆଦିବାସୀମାନେ ଆମ ଦେଶର ସୁବଠାରୁ ଆଦିମ ଜନଜାତି ବୋଲି ବିଶ୍ବାସ କରାଯାଏ ୤ ଲାଞିଆ ଶଉରା ଏହି ଜନଜାତିର ଗୋଟିଏ ସଂପ୍ରଦାୟ ୤ ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲାର ମାଳ ଅଞ୍ଚଳରେ ଲାଞିଆ ଶଉରାମାନେ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି ୤ ପୋଡୁଚାଷରେ ଏମାନଙ୍କର ଦକ୍ଷତା ଅତି ଭଲ ୤ ଏମାନେ ଖୁବ୍ କଳାପ୍ରିୟ ୤ ବଂଶୀ ଓ ତୂରୀ ଆଦି ବିବିଧ ବାଦ୍ୟଯନ୍ତ୍ରର ପ୍ରୟୋଗ ଓ ସୁନ୍ଦର ଝୋଟିର ଚିତ୍ରକଳାରେ ଏମାନେ ଖୁବ୍ ପାରଙ୍ଗମ ୤ତା’ଛଡା କୃଷିକର୍ମ ଓ ସାମାଜିକ ଜୀବନରେ ଏମାନଙ୍କର ନୂଆ ନୂଆ ପ୍ରଣାଳୀ ପ୍ରୟୋଗ କରିବାର ଆଗ୍ରହ ଅତ୍ୟନ୍ତ ଲକ୍ଷଣୀୟ ୤
ଅଖିଳ ବ୍ରହ୍ମାଣ୍ଡପତି
ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ବାମୀ,
ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ,
ଧନ୍ୟ କରୁଣା ତୋହର,
ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ୤
ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା,
ସକଳ କଳୁଷହାରୀ ହେ ମଙ୍ଗଳଦାତା,
ତୋର ମଙ୍ଗଳ ସଙ୍ଗୀତ,
ନିଖିଳ ଭୁବନ ଗାଏ ହୋଇ ବିମୋହିତ ୤
+ + + + +
ହେ ଆନନ୍ଦମୟ କୋଟି ଭୁବନ ପାଳକ,
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ,
ଜ୍ଞାନଦାତା ଭଗବାନ,
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ ୤
ସତ୍ୟପଥେ ଧର୍ମପଥେ ଘେନିଯାଅ ମୋତେ,
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ,
ପ୍ରଭୋ ପରମ ଶରଣ,
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ ୤
------------------
Bhakta Kabi Madhusudan Rao
- ଭକ୍ତକବି ମଧୁସୂଦନ ରାଓ -
ପୂର୍ବ ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |