୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ବିପ୍ଳବୀ ବୀର
ପୂର୍ବ ପୃଷ୍ଠା
Mo Khataନେତାଜୀ ସୁଭାଷ ଚନ୍ଦ୍ର ବୋଷ
ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମହାନ୍ ପୁରୋଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ସହରର ଓଡ଼ିଆ ବଜାରଠାରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ୤ ତାଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ ଓ ମାତାଙ୍କ ନାମ ପ୍ରଭାବତୀ ଦେବୀ ୤ ସେ କଟକର ରେଭନ୍ସା କଲେଜିଏଟ୍ ସ୍କୁଲରେ ପାଠ ପଢିଥିଲେ ୤ ନେତାଜୀ ଦୁଇଥର ତାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ ଏବଂ ପରେ ଆଜାଦ୍ ହିନ୍ଦ୍ ଫୌଜ ପ୍ରତିଷ୍ଠା କରି ବ୍ରିଟିଶ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସଂଗ୍ରାମ କରିଥିଲେ ୤ ଭାରତମାତାକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରି ପୂର୍ଣ୍ଣ ସ୍ବରାଜ ହାସଲ କରିବା ପାଇଁ ସେ ଦେଶବାସୀଙ୍କୁ ‘ଦିଲ୍ଲୀ ଚଲୋ’ ଡାକରା ଦେଇଥିଲେ ୤ ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଫରୱାର୍ଡ ବ୍ଲକ୍’ ରାଜନୈତିକ ଦଳ ଏବେ ମଧ୍ୟ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରୁଛି ୤
Mo Khataବକ୍ସି ଜଗବଂଧୁ
ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶା ଅଧିକାର କରିବାର ମାତ୍ର ୧୪ ବର୍ଷ ମଧ୍ୟରେ ୧୮୧୭ ମସିହାରେ ଇଂରେଜ ସରକାର ବୁରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ତେଜି ଉଠିଥିଲା , ଯାହାର ନାମ ‘ପାଇକ ବିଦ୍ରୋହ’ ୤ ଏହାର ନେତୃତ୍ବ ନେଇଥିଲେ ସଂଗ୍ରାମ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ୤ ନିଜର ଯୋଗ୍ୟତା ବଳରେ ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ହୋଇପାରିଥିଲେ ୤ ପାଇକ ସର୍ଦାରମାନଙ୍କର ସମ୍ମିଳିତ ସହଯୋଗରେ ୧୮୧୭ ମସିହାରେ ସେ ପାଇକ ବିଦ୍ରୋହର ନେତୃତ୍ବ ନେଇଥିଲେ ୤ ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ବେ ବକ୍ସିଙ୍କ ବୀରତ୍ବ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା ୤ ଦୀର୍ଘଦିନ ଧରି ସଂଗ୍ରାମ ଚାଲୁ ରଖିବାପରେ ଅନେକ ପାଇକ ସର୍ଦାର ଧରାପଡ଼ି ଦ୍ବୀପାନ୍ତର ଦଣ୍ଡ ଭୋଗିଥିଲେ ୤ ବହୁଦିନ ଜଙ୍ଗଲରେ ଲୁଚି ସଂର୍ଘଷ କରିବା ପରେ ବକ୍ସି ନିଜେ ଆତ୍ମ ସମର୍ପଣ କରିଥିଲେ ୤
Mo Khataବୀର ସୁରେନ୍ଦ୍ର ସାଏ
ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ଏକ ରାଜପରିବାରରେ ହୋଇଥିଲା ୤ ସମ୍ବଲପୁରର ରାଜ ସିଂହାସନର ସେ ନ୍ୟାୟୋଚିତ ଉତ୍ତରାଧିକାରୀ ଥିଲେ ୤ ନିଜର ନ୍ୟାର୍ଯ୍ୟ ଦାବି ହାସଲ କରିବା ପାଇଁ ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ବନ୍ଦୀ ହୋଇଥିଲେ ୤ ତାଙ୍କର ସହଯୋଗୀ ଭାଇ ଉଦ୍ଦନ୍ତ ସାଏ ଓ କାକା ବଳରାମ ସିଂହଙ୍କ ସମେତ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ୤ ଦୀର୍ଘ ୧୭ ବର୍ଷ କାଳ ସେ ହଜାରୀବାଗ ଜେଲରେ ବନ୍ଦୀ ରହିଥିଲେ ୤ ୧୮୫୭ ମସିହା ସିପାହୀ ବିଦ୍ରୋହ କାଳରେ ହଜାରୀବାଗ ଜେଲକୁ ବିପ୍ଳବୀମାନେ ଭାଙ୍ଗିଦେବାରୁ ସେ ମୁକୁଳିଆସିଲେ ଓ ବିଭିନ୍ନ ସ୍ଥାନରେ ଲୁଚିଛପି ଇଂରେଜମାନଙ୍କ ଉପରେ ଆକ୍ରମଣ ଚଳାଇଥିଲେ ୤ ତାଙ୍କ ଆକ୍ରମଣରେ ବହୁ ଗୋରା ସିପାହୀ ପ୍ରାଣ ହରାଇଥିଲେ ୤ ଜନସାଧାରଣଙ୍କ ସହାୟତାରେ ସେ ପ୍ରାୟ ୬ ବର୍ଷ କାଳ ଏହି ସଂଗ୍ରାମ ଚଳାଇଥଇଲେ ମଧ୍ୟ ସିପାହୀ ବିଦ୍ରୋହ ବିଫଳ ହେବା କାରଣରୁ ତାଙ୍କୁ ଆତ୍ମ ସମର୍ପଣ କରିବାକୁ ପଡ଼ିଥିଲା୤ ସେ ଅସୁରଗଡ ଦୁର୍ଗରେ ଶେଷନିଶ୍ବାସ ତ୍ୟାଗ କରିଥିଲେ ୤
ଜାତି ନନ୍ଦିଘୋଷ
“ଜାତିର ଉନ୍ନତି ହେବ କିରେ ଭାଇ
ସ୍ବାର୍ଥକୁ ଜଗତ ମଣି,
ଗୋଦର ଗୋଡ଼ରେ ମାଉଁସ ଲାଗିଲେ
ଦେହର କି ଶୁଭ ଗଣି?”
“ଜାତିର ଉନ୍ନତି ସେ କାହିଁ କରିବ
ସ୍ବାର୍ଥେ ଯାର ବ୍ୟସ୍ତ ମନ,
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ? ”
“ଜାତି ନନ୍ଦିଘୋଷ ଚିଳବ କି ଭାଇ
ସ୍ବାର୍ଥକୁ ସାରଥି କଲେ,
ଟାଣେ କିରେ ଘୋଡ଼ା ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ? ”
------------------
Utkala Gouraba Madhusudan Das
- ଉତ୍କଳ ଗୌରବ ମଧୁସୂଦନ ଦାସ -
ପୂର୍ବ ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |