୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ଆଧୁନିକ ଓଡ଼ିଶା
ପୂର୍ବ ପୃଷ୍ଠା
Mo Khataପାରାଦ୍ବୀପ ବନ୍ଦର
ବଙ୍ଗୋପସାଗର କୂଳରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ପାରାଦ୍ବୀପ ବନ୍ଦର ଦେଶର ପ୍ରମୁଖ ସାମୁଦ୍ରିକ ବନ୍ଦରମାନଙ୍କ ମଧ୍ୟରୁ ଅନ୍ୟତମ ୤ ଏହା ଏକ କୃତ୍ରିମ ପୋତାଶ୍ରୟ ୤ ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଯୋଗଦାନ ପାଇଁ ଏହି ବନ୍ଦରର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ୤ ଏହି ବନ୍ଦର ମାଧ୍ୟମରେ ଓଡ଼ିଶାରୁ ଲୁହା ପଥର, କୋଇଲା ଆଦି ବିବିଧ ଖଣିଜ ଦ୍ରବ୍ୟର ରପ୍ତାନୀ କରାଯାଇଥାଏ ୤ ୧୯୬୨ ମସିହା ଜାନୁଆରୀ ୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହାରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ ଏବଂ ୧୯୬୬ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଏହି ବନ୍ଦର କାର୍ଯ୍ୟ କରିବା ଆରମ୍ଭ କରିଥିଲା ୤ ୨୦୦୮-୦୯ ମସିହାରେ ଏହି ବନ୍ଦର ମାଧ୍ୟମରେ ୪୬.୪୧ ନିୟୁତ ଟନ୍ ମାଲ ଆମଦାନୀ ଓ ରତ୍ପାନୀ ହୋଇଥିଲା ୤
Mo Khataନାଲ୍କୋ
୧୯୮୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ନ୍ୟାସ୍ନାଲ ଆଲୁମିନିୟମ୍ କମ୍ପାନୀ (ନାଲ୍କୋ) ଓଡ଼ିଶାର ଦାମନଯୋଡ଼ି ଓ ଅନୁଗୁଳ ଠାରେ କାର୍ଯ୍ୟ କରୁଅଛି ୤ ଏହା ଏସିଆର ସର୍ବ ବୃହତ୍ ସମନ୍ବିତ ଆଲୁମିନିୟମ୍ ପ୍ରକଳ୍ପ ଯାହାକି ବକ୍ସାଇଟ୍ ଉତ୍ପାଦନ, ଆଲୁମିନା ବିଶୋଧନ, ଆଲୁମିନିୟମ ସ୍ମେଲଟିଙ୍ଗ୍, କାଷ୍ଟିଙ୍ଗ୍ ଓ ବିଦ୍ୟୁତ୍ ଉତ୍ପାଦନ ଆଦି ସମସ୍ତ କାମ କରିଥାଏ ୤ ଏହି କମ୍ପାନୀର ମୁଖ୍ୟ ବକ୍ସାଇଟ୍ ଖଣି କୋରାପୁଟ ଜିଲ୍ଲାର ପଞ୍ଚପାଟମାଳିଠାରେ ଅବସ୍ଥିତ ୤ ଦାମନଯୋଡ଼ିଠାରେ ଏହାର ଖନନ ଓ ବିଶୋଧନ ବିଭାଗ ଏବଂ ଅନୁଗୁଳ ଜିଲ୍ଲାର ନାଲକୋ ନଗର ଠାରେ ଏହାର ସ୍ମେଲଟର ଓ ବିଦ୍ୟୁତ୍ ଉତ୍ପାଦନ ବିଭାଗ କାର୍ଯ୍ୟ କରୁଅଛି ୤ ନାଲ୍କୋ ଭାରତର ସର୍ବାଧିକ ଲାଭକାରୀ ସାର୍ବଜନୀନ ଉଦ୍ୟୋଗମାନଙ୍କ ମଧ୍ୟରେ ଅନ୍ୟତମ ୤
Mo Khataହୀରାକୁଦ ନଦୀବନ୍ଧ
ଭାରତର ସ୍ବାଧୀନତା ପରେ ହାତକୁ ନିଆଯାଇଥିବା ପ୍ରଥମ ମହୁମୁଖୀ ନଦୀବନ୍ଧ ଯୋଜନା ହେଉଛି ହୀରାକୁଦ ୤ ଓଡ଼ିଶାରେ ଅବସ୍ଥିତ ଓ ସମ୍ବଲପୁରଠାରୁ ଅନତି ଦୂରରେ ମହାନଦୀ ଉପରେ ବନ୍ଧା ଯାଇଥିବା ଏହି ନଦୀବନ୍ଧ ପୃଥିବୀର ଦୀର୍ଘତମ ମୃର୍ତ୍ତିକା ନିର୍ମିତ ବନ୍ଧ ୤ ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ତଥା ଜଳ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହି ବନ୍ଧର ଅବଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ୤ ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବନ୍ଧର ଶିଳାନ୍ୟାସ କରାଯାଇଥିଲା ଓ ୧୯୫୭ ମସିହା ଜାନୁଆରୀ ୧୩ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହାରଲାଲ ନେହେରୁ ଏହାର ଉଦ୍ଘାଟନ କରିଥିଲେ ୤ ହୀରାକୁଦ ବନ୍ଧର ମୋଟ ଦୈର୍ଘ୍ୟ ୪୮୦୦ ମିଟର ୤ ଏହି ଜଳବିଦ୍ୟୁତ୍ ଯୋଜନାର ସମୁଦାୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷମତା ୩୪୭.୫ ମେଗାୱାଟ୍ ଅଟେ ୤
ବଡପଣ
ବେଳ ଥାଉଁ ଥାଉଁ ଅରଜି ଧରମ,
ଜନ୍ମ ଅନୁରୂପେ ଦେଖାଅ କରମ ୤
ଜନ୍ମଫଳେ ଭବେ ବଡପଣ ପାଇ,
ଧର୍ମଫଳେ ତାକୁ କର ଚିରସ୍ଥାୟୀ ୤
ଧର୍ମ ଏକ ପୋତ ଗଢିଛନ୍ତି ବିଧି,
ତରିବାକୁ ଏହି ସଂସାର-ବାରିଧି ୤
ଧର୍ମ ଏକା ସିନା ମହତପଣିଆ,
ଆଉ ବଡପଣ ଅଢେଇଦିନିଆ୤
ବଡପଣ, ଭାଇ, ଏକା ସିନା ସେହି,
ଛଡାଇ କେହି ଯା ନ ପାରଇ ନେଇ ୤
ବଡପଣ ସେହି, ଅନ୍ତେ ସୁଦ୍ଧା ଯାର,
ସୌରଭେ ଚହଟୁ ଥାଏ ଏ ସଂସାର
+ + + +
ସେହି ବଡପଣେ ବଳାଅ ମତିକି,
କାଳ ନ ପାରିବ ପଶି ଯା କତିକି ୤
------------------
Kabi Bara Radhanath Ray
- କବିବର ରାଧାନାଥ ରାୟ -
ପୂର୍ବ ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |