ଆମ ଓଡ଼ିଶାର ସଦସ୍ୟ ହେବା ପାଇଁ ନିମ୍ନରେ ଥିବା ‘‘ଆମ ଓଡ଼ିଶା ସଦସ୍ୟତା ଅଭିଯାନ’’ରେ କ୍ଲିକ୍ କରନ୍ତୁ।
ଆମ ବହି
ପୂର୍ବ ପୃଷ୍ଠା ୤ ୬ ୤ ପର ପୃଷ୍ଠା
ଅଲିମ୍ପିକ୍ର ମହାନ ତାରକା
ଆଶିଷ କୁମାର ରାୟ
ମୂଲ୍ୟ : ଟ. ୧୦୦/-
‘ବିଶ୍ବକପ୍ କ୍ରିକେଟ୍’ ପରେ ସୁଖ୍ୟାତ କ୍ରୀଡ଼ା ସାମ୍ବାଦିକ ତଥା କ୍ରୀଡ଼ା ପ୍ରସଙ୍ଗର ଫିଚର ଲେଖକ ଆଶିଷ କୁମାର ରାୟଙ୍କର ସଦ୍ୟତମ ପୁସ୍ତକ ‘ଅଲିମ୍ପିକ୍ର ମହାନ ତାରକା’୤ ଅଲିମ୍ପିକ୍ର ଗୌରବମୟ ପରମ୍ପରା, ଆଧୁନିକ ଅଲିମ୍ପିକ୍ର ଜନ୍ମ ଓ ଜୟଯାତ୍ରା ଏବଂ ଏହି କ୍ରୀଡ଼ା ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କ ସଂଘର୍ଷ ଓ ସାଧନା ସଂପର୍କରେ ଏହା ଏକ ପ୍ରାମାଣିକ ଓ ସଚିତ୍ର ପୁସ୍ତକ୤ ‘ଅଲିମ୍ପକ୍ରେ ଭାରତୀୟ ତାରକା’ ଓ ‘ଅଲିମ୍ପକ୍ରେ ଓଡ଼ିଆ’ ଶୀର୍ଷକ ଦୁଇଟି ଅଧ୍ୟାୟ ଏହାର ଆଉ ଦୁଇଟି ମୁଖ୍ୟ ଆକର୍ଷଣ୤
Bidambita Dasandhiବିଡ଼ମ୍ବିତ ଦଶନ୍ଧି
ରଣଜିତ ଗୁରୁ
ମୂଲ୍ୟ : ଟ. ୧୪୦/-
ଏକବିଂଶ ଶତାବ୍ଦୀର ଆଦି ଦଶକ ନିଃସନ୍ଦେହରେ ଥିଲା ଓଡ଼ିଶା ପାଇଁ ଏକ ସୁଯୋଗ ଓ ସମ୍ଭାବନାର ଦଶକ୤ ମାତ୍ର ସେ ସୁଯୋଗ, ସେ ସମ୍ଭାବନା ବିଡ଼ମ୍ବିତ ହୋଇଗଲା୤ ଓଡ଼ିଶାର ଏହି ଦୁଃଖଦ ବିଡ଼ମ୍ବନାର କାହାଣୀ ଏହି ପୁସ୍ତକ୤ ନେତୃତ୍ବର ଅଭୂତପୂର୍ବ ରାଜନୈତିକ ସଫଳତା ଓ ବିରଳ ରାଜନୈତିକ ସ୍ଥିରତା ସତ୍ତ୍ବେ ଓଡ଼ିଶା କାହିଁକି ଏପରି ବିଫଳ ହେଲା ଏହି ପୁସ୍ତକରେ ସଂକଳିତ ୪୯ଟି ସ୍ତମ୍ଭଲେଖରେ ତାହାର କାରଣ ଅନୁଧ୍ୟାନ କରିଛନ୍ତି ସୁଖ୍ୟାତ ସାମ୍ବାଦିକ ଓ ସ୍ତମ୍ଭକାର ରଣଜିତ ଗୁରୁ୤
ଆମ ଗଙ୍ଗାଧର
ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ
ମୂଲ୍ୟ : ଟ. ୬୦/-
ସ୍ବଭାବକବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ‘ଆମ ଓଡ଼ିଶା’ ପାଇଁ ସ୍ବତନ୍ତ୍ର ଭାବରେ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଖ୍ୟାତନାମା ଗବେଷକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ୤ ଦୁଇ ଭାଗରେ ପ୍ରସ୍ତୁତ ଏହି ପୁସ୍ତକର ପ୍ରଥମ ଭାଗରେ ସ୍ବଭାବ କବିଙ୍କ ଜୀବନୀ ଓ ସାହିତ୍ୟ କୃତିଗୁଡ଼ିକର ସଂକ୍ଷିପ୍ତ ପରିଚୟ ଥିବା ବେଳେ ଗଙ୍ଗାଧରଙ୍କ ସମୟ ଓ ସାହିତ୍ୟର ସ୍ବନାମଧନ୍ୟ ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ସହଯୋଗରେ ସଂକଳିତ ଦ୍ବିତୀୟଭାଗ ‘ଗଙ୍ଗାଧର ସାର ସଂଗ୍ରହ’ରେ ରହିଛି ଗଙ୍ଗାଧରଙ୍କ ସାହିତ୍ୟକୃତିର ସୁନିର୍ବାଚିତ ଅଂଶ୤
ସେଇସବୁ ପିଲାଦିନ
ମୂଳ ଇଂରାଜୀ: ରସ୍କିନ୍ ବଣ୍ଡ୍
ଓଡ଼ିଆ ଅନୁବାଦ: ଗୌରହରି ଦାସ
ମୂଲ୍ୟ : ଟ. ୯୦/-
ସୁଖ୍ୟାତ ଇଂରାଜୀ ଲେଖକ ରସ୍କିନ୍ ବଣ୍ଡଙ୍କ ସ୍ମୃତିକଥା ‘ସିନ୍ସ ଫ୍ରମ୍ ଏ ରାଇଟର୍ସ ଲାଇଫ୍’ର ଓଡ଼ିଆ ଅନୁବାଦ ‘ସେଇସବୁ ପିଲାଦିନ’୤ ଲେଖକ ଯେଉଁ ମାର୍ମିକତା ସହିତ ତାଙ୍କ ଜୀବନର ଓ ଲେଖକ ଜୀବନର ଆଦିକାଳର ସଂଘର୍ଷ, ଅସଫଳ ପ୍ରେମ, ଦେଶ ପ୍ରତି ଅସୀମ ଶ୍ରଦ୍ଧା ଏବଂ ଲେଖକ ହେବାର ଦୃଢ଼ ସଂକଳ୍ପ ପୁସ୍ତକଟିରେ ଚିତ୍ରିତ କରିଛନ୍ତି, ସୁପରିଚିତ କଥାଶିଳ୍ପୀ ଡକ୍ଟର ଗୌରହରି ଦାସ ସେଇ ମାର୍ମିକତା ସହିତ ତାହା ଓଡ଼ିଆ ପାଠକପାଠିକାଙ୍କ ପାଇଁ ପରିବେଷଣ କରିବାରେ ସଫଳ ହୋଇଛନ୍ତି୤
ଭାରତର ସପ୍ତାଶ୍ଚର୍ଯ୍ୟ
ଶିବ କୁମାର ଦାସ
ମୂଲ୍ୟ : ଟ. ୬୦/-
ଭାରତର ତାଜମହଲ ପୃଥିବୀର ନୂଆ ସପ୍ତାଶ୍ଚର୍ଯ୍ୟର ଅନ୍ତର୍ଭୁକ୍ତ ହେବାପରେ ଆରମ୍ଭ ହୋଇଥିଲା ଭାରତର ସପ୍ତାଶ୍ଚର୍ଯ୍ୟ ଚୟନ ପ୍ରକ୍ରିୟା୤ ଗୁଜୁରାଟର ଧାଲାଭିରା, ବିହାରର ନାଳନ୍ଦା ବିଶ୍ବବିଦ୍ୟାଳୟ, ମଧ୍ୟପ୍ରଦେଶର ଖଜୁରାହୋ, ଦିଲ୍ଲୀର ଲାଲକିଲ୍ଲା, ମଦୁରାଇର ମୀନାକ୍ଷୀ ମନ୍ଦିର, ରାଜସ୍ଥାନର ଜୈସଲମେର୍ ଦୁର୍ଗ ଓ କୋଣାର୍କର ସୂର୍ଯ୍ୟମନ୍ଦିର ଏହି ସପ୍ତାଶ୍ଚର୍ଯ୍ୟ ରୂପେ ନିର୍ବାଚିତ ହୋଇଥିଲା୤ ସେହି ସାତଟି ସହିତ ଆଧ୍ୟାତ୍ମିକ ଆଶ୍ଚର୍ଯ୍ୟ ଅମୃତସରର ସ୍ବର୍ଣ୍ଣମନ୍ଦିର ଓ ଶାନ୍ତିର ଆଶ୍ଚର୍ଯ୍ୟ ତୱାଙ୍ଗ୍ର ବୌଦ୍ଧ ମଠକୁ ନେଇ ପ୍ରସ୍ତୁତ ଏହି ପୁସ୍ତକ୤
Ajata Sundariଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ
ମୂଳ ପଞ୍ଜାବୀ : ମନମୋହନ ବାୱା ମୁନସୀ
ଓଡ଼ିଆ ଅନୁବାଦ : ବିଜୟ କୁମାର ପ୍ରଧାନ
ମୂଲ୍ୟ : ଟ. ୧୦୦/-
ପଞ୍ଜାବର ପ୍ରାଚୀନ ସାମାଜିକ ଓ ଐତିହାସିକ ସୂତ୍ରରୁ ପ୍ରାପ୍ତ ଗୁପ୍ତଧନକୁ ଆଧାର କରି ରଚିତ ୧୩ଟି ରସୋତ୍ତୀର୍ଣ୍ଣ କାହାଣୀର ଏକ ଅନୁପମ ଅନୁବାଦ ଏହି ପୁସ୍ତକ୤ ମହାଭାରତ, ଉପନିଷଦ, ପୌରାଣିକ ଓ ଜାତକ କଥାଗୁଡ଼ିକରୁ କଞ୍ଚାମାଲ୍ ସଂଗ୍ରହ କରି ଭାରତବର୍ଷର ଆଦି-ଜାତି ନାରୀ-ଜାତିଙ୍କ ସଂପର୍କରେ ଏହି ନିଜସ୍ବ କାହାଣୀମାଳା ସଂରଚନା କରିଛନ୍ତି ଚିତ୍ରଶିଳ୍ପୀ ଓ କଥାଶିଳ୍ପୀ ମନମୋହନ ବାୱା୤ ସୁଖ୍ୟାତ ଲେଖକ ଓ ଅନୁବାଦକ ବିଜୟ କୁମାର ପ୍ରଧାନଙ୍କର ଏହା ପ୍ରଥମ ପ୍ରକାଶିତ ପୁସ୍ତକ୤
ମୋ ପ୍ରାର୍ଥନା ବହି
ସଂକ୍ଷେପଣ ଓ ସଂପାଦନା : ଦାଶ ବେନହୁର
ମୂଲ୍ୟ : ଟ. ୪୦/-
ପ୍ରାର୍ଥନା ମନକୁ ନିର୍ମଳ ଓ ଶାନ୍ତ କରେ୤ ମନରେ ଭକ୍ତିଭାବ ଆଣେ୤ ଏହି ଭକ୍ତିଭାବ ମଣିଷକୁ ଶକ୍ତି ଓ ପ୍ରେରଣା ଯୋଗାଇଥାଏ୤ ଏଣୁ କୁହାଯାଇଛି ଯେ ପିଲାଙ୍କ ପାଇଁ ପ୍ରାର୍ଥନା ଏକ ଜରୁରୀ ମାନସିକ ଖାଦ୍ୟ୤ ଏହା ମାଧ୍ୟମରେ ପିଲାଏ ଅନ୍ୟକୁ ଭଲପାଇବା ଶିଖନ୍ତି୤ ପରୋପକାର ଓ ମଣିଷପଣିଆକୁ ଆଦର କରନ୍ତି୤ ପିଲାଏ ସଦଗୁଣର ଅଧିକାରୀ ହେଲେ ବଡ଼ ହୋଇ ସୁନ୍ଦର ସମାଜ ଗଢ଼ନ୍ତି୤ ଏହାକୁ ଆଖି ଆଗରେ ରଖି ବଛା ବଛା ପ୍ରାର୍ଥନାକୁ ନେଇ ଏହି ଛୋଟ ଓ ସୁନ୍ଦର ବହିଟିକୁ ସ୍ବତନ୍ତ୍ର ଭାବରେ ପିଲାଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର୤
Aama Odisha Quizଆମ ଓଡ଼ିଶା କୁଇଜ୍
ସ୍ବରାଜ ମିଶ୍ର
ମୂଲ୍ୟ : ଟ. ୪୦/-
ଓଡ଼ିଶା ବିଷୟରେ ଜ୍ଞାତବ୍ୟ ତଥ୍ୟଗୁଡ଼ିକୁ ନେଇ ପ୍ରଶ୍ନୋତ୍ତର ଭିତ୍ତିକ ଅନେକ ପୁସ୍ତକ ଓଡ଼ିଆ ଭାଷାର ରଚିତ ହୋଇଛି୤ ମାତ୍ର ଛାତ୍ରଛାତ୍ରୀଙ୍କ ମନରେ ଆମ ପ୍ରିୟ ରାଜ୍ୟ ‘ଓଡ଼ିଶା’ ବିଷୟରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରିବା ପାଇଁ ସବିଶେଷ ଉଦ୍ୟମ ତଥାପି ହୋଇନାହିଁ୤ ଏବେ ବି ଅଭିଭାବକମାନେ ପିଲାଙ୍କ ପାଇଁ ଓଡ଼ିଶା ସଂପର୍କରେ ଉଚ୍ଚମାନର କୁଇଜ୍ ପୁସ୍ତକ ଖଣ୍ଡିଏ ଖୋଜୁଛନ୍ତି, ଯାହାକି ବଜାରରେ ଦୁର୍ଲଭ୤ ଏହି ଆବଶ୍ୟକତା ପୂରଣ ପାଇଁ ‘ଆମ ଓଡ଼ିଶା’ ପକ୍ଷରୁ ଏହି ପୁସ୍ତକଟିର ପୁନର୍ମୁଦ୍ରଣ କରାଯାଇଛି୤
Aama Odisha Gapa‘ଆମ ଓଡ଼ିଶା ଗପ’ ଓ ‘Odisha Tales’
ସଂପାଦନା : ସୌମ୍ୟରଂଜନ ପଟ୍ଟନାୟକ
ମୂଲ୍ୟ : ଟ. ୪୫/- (ପ୍ରତିଖଣ୍ଡ)
ଲୋକକଥାଗୁଡ଼ିକ କେବଳ କାହାଣୀ ନୁହନ୍ତି୤ ସେଥିରେ ଥାଏ ଗୋଟେ ଭାଷା-ଜାତିର ଅତୀତ ଭାବ-ସଂପଦ୤ ଅତୀତର ଅଭିଜ୍ଞତା ଓ ଅନୁଭୂତିରେ ଛଣା ଅସୁମାରି ମୂଲ୍ୟବାନ ଅନୁଭବ ଲୋକମୁହଁରୁ ଲୋକମୁହଁକୁ ପ୍ରସାରିତ ହୋଇ ଲୋକସାହିତ୍ୟ ପାଲଟେ୤ ତା’ ଭିତରେ ଗପ, ଗୀତ, ଢଗଢମାଳି, ପ୍ରବଚନ, ପହଳି ଆଦି କେତେ କ’ଣ ଗୁନ୍ଥାହୋଇ ରହିଥାଏ୤ ସେଠି କାହାଣୀର ପାତ୍ରମାନେ କେତେବେଳେ ମଣିଷ ତ କେତେବେଳେ ପଶୁପକ୍ଷୀ, ପତଙ୍ଗଠାରୁ ଆରମ୍ଭ କରି ନିର୍ଜୀବ କାଠପଥର ବି ଚରିତ୍ର ହୋଇ ଉଭା ହୁଅନ୍ତି ଲୋକସାହିତ୍ୟର କାହାଣୀଗୁଡ଼ିକରେ୤ ଏହି ଚରିତ୍ରମାନେ ବୟାନ କରନ୍ତି ପ୍ରାଚୀନ ଅଥଚ ପୋଖତ ଅନୁଭୂତିକୁ୤ ଏଣୁ ପ୍ରତିଟି ଲୋକ କଥାରେ ମନୋରଂଜନ ସହିତ ଥାଏ ପ୍ରଚ୍ଛନ୍ନ ଶିକ୍ଷା୤

ପ୍ରଥମ ପର୍ଯ୍ୟାୟରେ ଏମିତି ଛଅଗୋଟି ଲୋକଗଳ୍ପକୁ ନେଇ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାର ପୃଥକ ଭାବରେ ପ୍ରସ୍ତୁତ ହୋଇଛି ଏହି ଦୁଇ ସଚିତ୍ର ପୁସ୍ତକ୤ ସୁଖ୍ୟାତ ଇଂରାଜୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଶ୍ରୀ ବିକ୍ରମ ଦାସ କାହାଣୀଗୁଡ଼ିକର ଇଂରାଜୀ ପୁନର୍କଥନ କରିଛନ୍ତି୤ ଏଥିର ଥିବା ଛଅଟି କାହାଣୀ ହେଉଛି, ‘ଟୁଆଁଟୁଇଁ’, ‘ଗାଈଆଳପିଲା ଓ ବୁଢ଼ୀ ଅସୁରୁଣୀ’, ‘ଘୋଡ଼ା ଡିମ୍ବ’, ‘ସରଗକୁ ଦର୍ପଣ’, ‘କଲୁରୀ ବେଣ୍ଟ’ ଏବଂ ‘ମହାବଳ ବାଘ ଓ ଝିଟିପିଟି’୤ ଏହି ଗପଗୁଡ଼ିକ ଯେ ପିଲାଙ୍କ ମନ ଘେନିବା ସହିତ ସେମାନଙ୍କୁ ନିରୋଳା ପଠନସୁଖ ଦେବ ଏବଂ ଓଡ଼ିଆ ଅତୀତ ସହିତ ପରିଚିତ କରାଇବ ଏହା ନିଶ୍ଚିତ୤
A ru la Gaiba Chala‘ଅ ରୁ ଲ ଗାଇବା ଚାଲ’ ଓ ‘ଏକରୁ କୋଡ଼ିଏ ବଣକୁ ଗଲେ’
ଲେଖକ : ଦାଶ ବେନହୁର
ମୂଲ୍ୟ : ଟ. ୪୫/- (ପ୍ରତିଖଣ୍ଡ)
ଛବି ଓ ଗୀତ ଛୋଟ ପିଲାଙ୍କର ଭାରି ପସନ୍ଦ୤ ତାଙ୍କ ଆଗରେ ହାତ ତାଳି ଦେଲେ ବା ଝୁମୁକା ନଚେଇଲେ ସେମାନେ ଆନନ୍ଦିତ ହୁଅନ୍ତି୤ ସେମାନଙ୍କ ଦୁନିଆ ଛନ୍ଦ ଓ ଛବିର ଦୁନିଆ୤ ତେଣୁ ସେଇ ମାଧ୍ୟମରେ ସେମାନଙ୍କୁ ସଂଖ୍ୟା ଓ ଅକ୍ଷର ତଥା ବିଭିନ୍ନ ବିଷୟରେ ଅତି ଛୋଟବେଳୁ ସୂଚାଇବା ଆବଶ୍ୟକ୤ ଖୁବ୍ ଛୋଟ ଥିବା ବେଳେ ନିଜେ ସିନା ପଢ଼ି ପାରନ୍ତିନି, ହେଲେ ବଡ଼ମାନେ ତାଙ୍କ ଆଗରେ ବହି ଧରି ସେମାନଙ୍କ ଲାଗି ଲେଖା ଯାଇଥିବା କଥା ପଢ଼ିଲେ ସେସବୁକୁ ପିଲାମାନ ଭଲପାଆନ୍ତି ଓ ମନେ ରଖନ୍ତି୤

ଏହାକୁ ଆଖି ଆଗରେ ରଖି ଅତି ସାନପିଲା ସହଜରେ ଅକ୍ଷର ସବୁକୁ ଜାଣି ମନେ ରଖିବା ପାଇଁ ‘ଅ ରୁ ଲ ଗାଇବା ଚାଲ’ ବହିଟି ପ୍ରସ୍ତୁତ କରିଛନ୍ତି ସୁଖ୍ୟାତ ଶିଶୁ ସାହିତ୍ୟିକ ଦାଶ ବେନହୁର୤

ସେହିପରି ୧ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟା ବିଷୟରେ ଛୋଟ ପିଲାଙ୍କୁ ଆଗ୍ରହୀ କରିବାପାଇଁ ଏବଂ ତା’ ମାଧ୍ୟମରେ ସେମାନଙ୍କ ଭିତରେ କିଛି ଆନନ୍ଦ ଭାବ ଆଣିବାପାଇଁ ‘ଏକରୁ କୋଡ଼ିଏ ବଣକୁ ଗଲେ’ ବହିଟି ସେ ଲେଖିଛନ୍ତି୤ ସୁନ୍ଦର ଚିତ୍ର ଓ ରଂଗିନ ଛାପାରେ ପ୍ରସ୍ତୁତ ଏହି ବହି ଦୁଇଟି ସାନସାନ ପିଲାଙ୍କୁ ଶିକ୍ଷା ଓ ମନୋରଂଜନ ଦେବାରେ ନିଶ୍ଚିତ ଭାବରେ ସମର୍ଥ ହେବ୤
ତୁମରି ପରି ପିଲାଟିଏ
(ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ)
ଲେଖକ : ଅସିତ ମହାନ୍ତି
ମୂଲ୍ୟ : ଟ. ୩୫/- (ପ୍ରତିଖଣ୍ଡ)
ଆମ ଉପନିଷଦ ଓ ପୁରାଣମାନଙ୍କରେ ରହିଛି ଅସାଧାରଣ ଗୁଣର ଅଧିକାରୀ ବହୁ ପିଲାଙ୍କର କାହାଣୀ୤ ନିଜ ନିଜର ସଦଗୁଣ ପାଇଁ ସେମାନେ ଆଦର୍ଶ ହୋଇରହିଛନ୍ତି୤ ଏମିତି ତେର ଜଣ ପିଲାଙ୍କର କାହାଣୀକୁ ନେଇ ‘ତୁମରି ପରି ପିଲାଟିଏ’ ନାମରେ ଏହି ଦୁଇଖଣ୍ଡ ପୁସ୍ତକ ପ୍ରସ୍ତୁତ୤ ପ୍ରଥମ ଖଣ୍ଡରେ ନଚିକେତା, ସତ୍ୟକାମ, ଧ୍ରୁବ, ଆରୁଣି, ଶ୍ବେତକେତୁ ଓ କଣାଦଙ୍କ କାହାଣୀ ଥିବାବେଳେ ଦ୍ବିତୀୟ ଖଣ୍ଡରେ ଅଛି ଶୁନଃଶେଫ, ଶଙ୍କର, ଚରକ, ଏକଲବ୍ୟ, କୌସ, ସାନ୍ଦୀପନି ଓ ପ୍ରହ୍ଲାଦଙ୍କ କାହାଣୀ୤
ପୂର୍ବ ପୃଷ୍ଠା ୤ ୬ ୤ ପର ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଘୋଷଣାନାମା   |   ସର୍ତ୍ତାବଳୀ  |   ଗୋପନୀୟତା ନୀତି  |   ଫେରସ୍ତ ନୀତି  |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |