କାଳେ କାଳେ କୁହାଯାଇଛି ଯେ ବହି ଆମର ଶ୍ରେଷ୍ଠ ବନ୍ଧୁ କାରଣ ମଣିଷ-ବନ୍ଧୁଟିଏ କୌଣସି କାରଣରୁ ହୁଏତ ଆମର ଆଉ ବନ୍ଧୁ ହୋଇ ରହି ନ ପାରେ, କିନ୍ତୁ ଭଲ ବହିଟିଏ ଚିରକାଳ ଆମର ବନ୍ଧୁ ହୋଇ ରହେ ଏଥିପାଇଁ ‘ଆମ ଓଡ଼ିଶା’ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସହିତ ପୁସ୍ତକ ପ୍ରକାଶନକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି ଓଡ଼ିଶାକୁ ଚିହ୍ନିବା ପାଇଁ ଏବଂ ଓଡ଼ିଶାକୁ ଭଲପାଇବା ପାଇଁ ଯେପରି ବହି ଦରକାର, ସେପରି ବହି ‘ଆମ ଓଡ଼ିଶା’ପକ୍ଷରୁ ପ୍ରକାଶ କରାଯିବା ପାଇଁ ଯୋଜନା ହୋଇଛି ଏହି ଯୋଜନାର ନାମ ରଖାଯାଇଛି ‘ଆମ ବହି’ ଓଡ଼ିଆ ପାଠକଙ୍କୁ ସୁଲଭ ମୂଲ୍ୟରେ ଉପାଦେୟ ପଠନ ସାମଗ୍ରୀ ଯୋଗାଇଦେବା ଏହାର ଲକ୍ଷ୍ୟ ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀଙ୍କର ଭାଷାଜ୍ଞାନ ବଢାଇବା ପାଇଁ ‘ଆମ ଓଡ଼ିଶା’ ପକ୍ଷରୁ ‘ସରଳ ଓଡ଼ିଆ ଅଭିଧାନ’ ପ୍ରକାଶ କରାଯାଇଥିଲା ସେହିପରି କଲେଜ ସ୍ତରର ଛାତ୍ରଛାତ୍ରୀମାନେ ଓଡ଼ିଶାକୁ ଚିହ୍ନି ଭଲପାଇବା ପାଇଁ ‘ଆମ ଓଡ଼ିଶା କୁଇଜ୍’ ବହି ପ୍ରକାଶ କରାଯାଇଥିଲା ଏସବୁ ବ୍ୟତୀତ, ଓଡ଼ିଶାର ପାଠକ, ପାଠିକାଙ୍କୁ ସୁଲଭ ମୂଲ୍ୟରେ ଉପାଦେୟ ପୁସ୍ତକ ଯୋଗାଇ ଦେବାପାଇଁ, ଇତି ମଧ୍ୟରେ କେତେ ଗୁଡିଏ ଉପାଦେୟ ପୁସ୍ତକ ପ୍ରକାଶ କରାଯାଇଛି ପୁସ୍ତକ ଗୁଡିକର ତାଲିକା ନିମ୍ନରେ ଦିଆଯାଇଛି ଓଡ଼ିଶାର ୩୦ଟି ଯାକ ଜିଲ୍ଲାର ପୂର୍ଣ୍ଣାଙ୍ଗ ପରିଚୟ ପୁସ୍ତକ ସହିତ ଓଡ଼ିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଆଦି ବିବିଧ ବିଷୟକୁ ନେଇ ଆହୁରି ବହୁ ଉପାଦେୟ ବହି ଏବେ ପ୍ରକାଶ ଅପେକ୍ଷାରେ ଅଛି ଶିଶୁ ଓ କିଶୋର ମାନଙ୍କ ଉପଯୋଗୀ ବହି ଅଧିକ ସଂଖ୍ୟାରେ ପ୍ରକାଶ କରିବାପାଇଁ ଉଦ୍ୟମ କରାଯାଉଛି |