୨୮ ଅକ୍ଟୋବର ୨୦୧୭ ସୁଦ୍ଧା ମୋଟ ୧୦୫୨ ରକ୍ତଦାନ ଶିବିରରୁ ୫୦୮୭୮ ୟୁନିଟ୍ ରକ୍ତ ସଂଗୃହୀତ। ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ରାଜ୍ୟ ସରକାରଙ୍କ ଠାରୁ ଲଗାତାର ୧୧ ଥର ପୁରସ୍କୃତ। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ଆମ ଓଡ଼ିଶା’ ଏକାଦଶ ଥର ପୁରସ୍କୃତ
ରକ୍ତଦାନ କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ‘ଆମ ଓଡ଼ିଶା’କୁ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଛି। ଗତ ୧୧ ବର୍ଷ ହେଲା ଲାଗାତାର ଭାବେ ‘ଆମ ଓଡ଼ିଶା’ ଏହି ପୁରସ୍କାର ଲାଭ କରି ଆସୁଛି। ଜୟଦେବ ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ‘ଆମ ଓଡ଼ିଶା’କୁ ସମ୍ମାନିତ କରାଯାଇଛି। ପୂର୍ବାହ୍ନରେ ଜୟଦେବ ଭବନରେ ଆୟୋଜିତ ସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ରହି ମୁଖ୍ୟଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଆମ ଓଡ଼ିଶାର ସମସ୍ତ ସଦସ୍ୟ ସଦସ୍ୟା ରକ୍ତଦାନ ଶିବିର ଆୟୋଜକ ତଥା ସମସ୍ତ ରକ୍ତଦାତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |