ଆମ ଓଡ଼ିଶାର ସଦସ୍ୟ ହେବା ପାଇଁ ନିମ୍ନରେ ଥିବା ‘‘ଆମ ଓଡ଼ିଶା ସଦସ୍ୟତା ଅଭିଯାନ’’ରେ କ୍ଲିକ୍ କରନ୍ତୁ।

Back

   
ସମ୍ବାଦ-‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା-୨୦୧୬ରେ ଭାଗନେଲେ ଲକ୍ଷାଧିକ ଛାତ୍ରଛାତ୍ରୀ
‘ସମ୍ବାଦ’ର ୩୨ତମ ସ୍ବନକ୍ଷତ୍ର ଉପଲକ୍ଷେ ରାଜ୍ୟର ୩୧୪ଟି ବ୍ଲକ୍ ଏବଂ ୩୦ଟି ଜିଲ୍ଲାର ମୋଟ ୩୭୨ଟି ପରୀକ୍ଷା କେନ୍ଦ୍ରରେ ସମ୍ବାଦ-ଆମ ଓଡ଼ିଶାର ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨୦୧୬ ଆଜି ସଫଳତାର ସହ ସମ୍ପନ୍ନ ହୋଇଛି। ମୋଟ ୩୭୨ଟି କେନ୍ଦ୍ରେରେ ରେକର୍ଡ଼ ସଂଖ୍ୟକ ୧,୦୮,୧୬୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାରୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବା ସ୍କୁଲ କର୍ତୃପକ୍ଷ, ମୂଲ୍ୟାୟନ କରିଥିବା ବିଚାରକ ମଣ୍ଡଳୀ ଏବଂ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଘୋଷଣାନାମା   |   ସର୍ତ୍ତାବଳୀ  |   ଗୋପନୀୟତା ନୀତି  |   ଫେରସ୍ତ ନୀତି  |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |