ଆମ ଜନଜାତି |
|
|
ପୂର୍ବ ପୃଷ୍ଠା |
ବଣ୍ଡା ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଛକୁଣ୍ଡ ନଦୀର ଉତ୍ତର ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ‘ବଣ୍ଡା’ ନାମକ ଏକ ଆଦିବାସୀ ସଂପ୍ରଦାୟ ବାସ କରନ୍ତି ଖଇରାପୁଟ ବ୍ଳକର ପ୍ରାୟ ୩୨ଟି ଗ୍ରାମରେ ସୀମିତ ଅଞ୍ଚଳରେ ବାସ କରୁଥିବା ଏହି ଜନଜାତିର ସ୍ବାତନ୍ତ୍ର୍ୟ ହେଲା ସେମାନଙ୍କର ବେଶଭୂଷା ଓ ଦୁର୍ଦ୍ଧଷ ଜୀବନଶୈଳୀ ବଣ୍ଡା ପୁରୁଷମାନେ ପ୍ରାୟ ସବୁବେଳେ ଧନୁତୀର ପାଖରେ ରଖିଥାନ୍ତି ମହିଳାମାନେ ଗଳାରେ ଧାତବ ବଳା ପିନ୍ଧନ୍ତି ଓ ମାଳି ଗୋଛାଏ ବେକରୁ ଝୁଲାଇ ଥାନ୍ତି ଏହି ଜାତିର ମୁଖ୍ୟ ଦେବତା ପାଟଖଣ୍ଡା ମହାପ୍ରଭୁ ଏକ ଲମ୍ବା ଖଣ୍ଡା ରୁପରେ ମୁଦୁଲିପଡା ଗାଁ ନିକଟରେ ଏକ ବରଗଛ ଉପରେ ରଖାହୋଇଥାନ୍ତି |
|
କନ୍ଧ ଓଡ଼ିଶାର ଆଦିବାସୀ ଜନଜାତିଙ୍କ ମଧ୍ୟରେ କନ୍ଧମାନଙ୍କର ସଂଖ୍ୟା ସବୁଠାରୁ ଅଧିକ ସେମାନଙ୍କ ମଧ୍ୟରେ କୁଟିଆ କନ୍ଧ, ଡୋଙ୍ଗରିଆ କନ୍ଧ ଓ ଦେଶିଆ କନ୍ଧ ଆଦି ଅନେକ ଭିନ୍ନ ଭିନ୍ନ ସଂପ୍ରଦାୟର କନ୍ଧ ଅଛନ୍ତି ଏମାନେ ମୁଖ୍ୟତଃ କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲାର ନିୟମଗିରି ପର୍ବତଶ୍ରେଣୀ ଓ କଳାହାଣ୍ଡି ଅଞ୍ଚଳରେ ଦେଖାଯାନ୍ତି ଏମାନେ ଶାନ୍ତିପ୍ରିୟ ଓ ଅତି ସରଳ ଜୀବନ ଯାପନ କରନ୍ତି ଜଙ୍ଗଲ ଓ ପାର୍ବତ୍ୟ ପରିବେଶ ସହିତ ଅତି ଅନ୍ତରଙ୍ଗ ଭାବରେ ଜଡ଼ିତ ଏହି ଜନଜାତିର ନୃତ୍ୟ, ସଂଗୀତ ଓ ସାମାଜିକ ପରମ୍ପରା ପରିବେଶ ସହିତ ଏକ ସନ୍ତୁଳିତ ଜୀବନଶୈଳୀର ସୂଚନା ଦିଏ |
|
ଲାଞିଆ ଶଉରା ଶଉରା ଜାତିର ଆଦିବାସୀମାନେ ଆମ ଦେଶର ସୁବଠାରୁ ଆଦିମ ଜନଜାତି ବୋଲି ବିଶ୍ବାସ କରାଯାଏ ଲାଞିଆ ଶଉରା ଏହି ଜନଜାତିର ଗୋଟିଏ ସଂପ୍ରଦାୟ ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲାର ମାଳ ଅଞ୍ଚଳରେ ଲାଞିଆ ଶଉରାମାନେ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି ପୋଡୁଚାଷରେ ଏମାନଙ୍କର ଦକ୍ଷତା ଅତି ଭଲ ଏମାନେ ଖୁବ୍ କଳାପ୍ରିୟ ବଂଶୀ ଓ ତୂରୀ ଆଦି ବିବିଧ ବାଦ୍ୟଯନ୍ତ୍ରର ପ୍ରୟୋଗ ଓ ସୁନ୍ଦର ଝୋଟିର ଚିତ୍ରକଳାରେ ଏମାନେ ଖୁବ୍ ପାରଙ୍ଗମ ତା’ଛଡା କୃଷିକର୍ମ ଓ ସାମାଜିକ ଜୀବନରେ ଏମାନଙ୍କର ନୂଆ ନୂଆ ପ୍ରଣାଳୀ ପ୍ରୟୋଗ କରିବାର ଆଗ୍ରହ ଅତ୍ୟନ୍ତ ଲକ୍ଷଣୀୟ |
|
ଅଖିଳ ବ୍ରହ୍ମାଣ୍ଡପତି |
|
ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ବାମୀ,
ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ,
ଧନ୍ୟ କରୁଣା ତୋହର,
ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର
ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା,
ସକଳ କଳୁଷହାରୀ ହେ ମଙ୍ଗଳଦାତା,
ତୋର ମଙ୍ଗଳ ସଙ୍ଗୀତ,
ନିଖିଳ ଭୁବନ ଗାଏ ହୋଇ ବିମୋହିତ
+ + + + +
ହେ ଆନନ୍ଦମୟ କୋଟି ଭୁବନ ପାଳକ,
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ,
ଜ୍ଞାନଦାତା ଭଗବାନ,
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ
ସତ୍ୟପଥେ ଧର୍ମପଥେ ଘେନିଯାଅ ମୋତେ,
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ,
ପ୍ରଭୋ ପରମ ଶରଣ,
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ
|
------------------ |
|
- ଭକ୍ତକବି ମଧୁସୂଦନ ରାଓ - |
|