୨୮ ଅକ୍ଟୋବର ୨୦୧୭ ସୁଦ୍ଧା ମୋଟ ୧୦୫୨ ରକ୍ତଦାନ ଶିବିରରୁ ୫୦୮୭୮ ୟୁନିଟ୍ ରକ୍ତ ସଂଗୃହୀତ। ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ରାଜ୍ୟ ସରକାରଙ୍କ ଠାରୁ ଲଗାତାର ୧୧ ଥର ପୁରସ୍କୃତ। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ସମ୍ବାଦ-‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା-୨୦୧୭ରେ ଭାଗନେଲେ ୧ ଲକ୍ଷ ୨୬ ହଜାର ପରୀକ୍ଷାର୍ଥୀ
୧୭/୯- ‘ସମ୍ବାଦ’ର ୩୨ତମ ସ୍ବନକ୍ଷତ୍ର ଦିବସର ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ଯ୍ୟାୟ ଆଜି ସାରା ରାଜ୍ୟରେ ବିପୁଳ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ଜିଲ୍ଲା ସଦର ମହକୁମାର ମୋଟ ୪୩୫ ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୨୬ହଜାର ୬୯୩ ଛାତ୍ରଛାତ୍ରୀ ଭାଗନେଇ ଏଥ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛନ୍ତି। ଏଥିପାଇଁ ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଅଭିଭାବକ, ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବା ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜି ସକାଳ ୯ଟାରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥଇଲା। ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ଶେଷ ହେବା ପରେ ପରେ ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ‘ସମ୍ବାଦ’ର ସମ୍ବଲପୁର ସଂସ୍କରଣ ଅଧୀନରେ ଆସୁଥିବା ମୋଟ ୯ଟି ଜିଲ୍ଲାରେ ସର୍ବଧିକ ୪୧,୦୬୪ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ସେହିପରି ବାଲେଶ୍ବର ସଂସ୍କରଣ ଅଧୀନରେ ଆସୁଥିବା ୩ଟି ଜିଲ୍ଲାରେ ୨୨,୬୩୫ ଜଣ, ଭୁବନେଶ୍ବର ସଂସ୍କରଣ ଅଧୀନରେ ଆସୁଥିବା ୩ଟି ଜିଲ୍ଲାରେ ୧୩,୯୨୮ ଜଣ, କଟକ ସଂସ୍କରଣ ଅଧୀନରେ ଆସୁଥିବା ୪ଟି ଜିଲ୍ଲାରେ ୧୩,୩୫୧ ଜଣ, ବ୍ରହ୍ମପୁର ସଂସ୍କରଣ ଅଧୀନରେ ଆସୁଥିବା ୩ଟି ଜିଲ୍ଲାରେ ୧୩,୦୦୨ ଜଣ, ଅନୁଗୁଳ ସଂସ୍କରଣ ଅଧୀନରେ ଆସୁଥିବା ୩ଟି ଜିଲ୍ଲାରେ ୮୯୬୫ଜଣ, ଜୟପୁର ସଂସ୍କରଣରେ ଆସୁଥିବା ୪ଟି ଜିଲ୍ଲାରେ ୭୬୮୨ ଜଣ ଏବଂ ରାଉରକେଲାରେ ୬୦୬୬ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୧ଲକ୍ଷ ୮ ହଜାର ୧୬୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଆଜି ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ପରୀକ୍ଷା ଖାତା ଚୂଡ଼ାନ୍ତ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବ ଏବଂ ଏଥିରୁ ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ‘ସମ୍ବାଦ‘ର ସ୍ବନକ୍ଷତ୍ର ଦିବସ ଅବସରରେ ପୁରସ୍କୃତ କରାଯିବ।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |