୧୬ ସେପ୍ଟେମ୍ବର ୨୦୧୭ ସୁଦ୍ଧା ମୋଟ ୯୧୪ ରକ୍ତଦାନ ଶିବିରରୁ ୪୪୮୨୯ ୟୁନିଟ୍ ରକ୍ତ ସଂଗୃହୀତ। ୧୮ ଅଗଷ୍ଟ ଯୁବ ସ୍ବାଭିମାନ ଦିବସରେ ରେକର୍ଡ଼ - ରାଜ୍ୟବ୍ୟାପୀ ୬୫ ରକ୍ତଦାନ ଶିବିରରୁ ୫୧୧୪ ୟୁନିଟ୍ ରକ୍ତ ସଂଗୃହୀଦ। ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ସର୍ବକାଳୀନ ରେକର୍ଡ଼ – ଯୁବ ସ୍ବାଭିମାନ ଦିବସରେ ୫୧୧୪ ୟୁନିଟ୍ ରକ୍ତ ସଂଗ୍ରହ
ଭୁବେନଶ୍ବର,୧୮/୮- ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ଆଜି ସାରା ରାଜ୍ୟରେ ‘ଯୁବ ସ୍ବାଭିମାନ ଦିବସ’ ଭାବରେ ପାଳନ କରାଯାଇଛି। ରାଜ୍ୟରେ ରକ୍ତଦାନ ଅଭିଯାନକୁ ଏକ ନୂଆ ଦିଶା ଦେଖାଇଥିବା ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଜି ସାରା ରାଜ୍ୟରେ ୬୫ଟି ଶିବିରରେ ମୋଟ ୫୧୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଯାହା ରକ୍ତଦାନ କ୍ଷେତ୍ରରେ ଏକ ରେକର୍ଡ଼। ‘ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ରକ୍ତଦାନ ଶିବିରଗୁଡ଼ିକର ଆୟୋଜନ କରାଯାଇଥିଲା। ଏଥିରେ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳୁ ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଶିବିରରେ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାତାମାନେ ଉତ୍ସାହର ସହ ରକ୍ତଦାନ କରି ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ‘ସମ୍ବାଦ’ର ୮ଟି ଜୋନରେ ୬୫ଟି ଶିବିର ଆୟୋଜନ କରି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ କୋରାପୁଟର ସିମିଳିଗୁଡ଼ାସ୍ଥିତ ଭବାନୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଶିବିରରେ ସର୍ବାଧିକ ୪୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହା ପଛକୁ ରଭେନ୍ସା ଇଷ୍ଟ ହଷ୍ଟେଲରେ ଆୟୋଜିତ ଶିବିରରେ ୩୦୫ ୟୁନିଟ୍, ବରଗଡ଼ କଲ୍ୟାଣ ମଣ୍ଡପରେ ୨୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କଟକ ଜୋନରେ ୮ଟି ଶିବିରରେ ୮୯୨ୟୁନିଟ୍, ବାଲେଶ୍ବର ଜୋନରେ ୧୦ଟି ଶିବିରରେ ୬୯୬ ୟୁନିଟ୍, ଭୁବନେଶ୍ବରର ଜୋନରେ ୬ଟି ବ୍ଲକର ବନମାଳିପୁର ବିଦ୍ୟାମନ୍ଦିରରେ ୨୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଅପରପକ୍ଷେ ସମ୍ବଲପୁର ଜୋନରେ ସର୍ବାଧିକ ୨୨ଟି ଶିବିରରେ ୧୫୬୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲାବେଳେ ଶିବିରରେ ୫୮୮ ୟୁନିଟ, ଜୟପୁର ଜୋନରେ ୫ଟି ଶିବିରରେ ୫୫୮ ୟୁନିଟ୍, ଅନୁଗୁଳ ଜୋନରେ ୭ଟି ଶିବିରରେ ୪୪୫ ୟୁନିଟ, ରାଉରକେଲା ଜୋନରେ ୪ ଟି ଶିବିରରେ ୨୧୫ ୟୁନିଟ, ବ୍ରହ୍ମପୁର ଜୋନରେ ୩ଟି ଶିବିରରେ ୧୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହାଦ୍ବାରା ରାଜ୍ୟର ସମସ୍ତ ରକ୍ତଭଣ୍ଡାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଆବଶ୍ୟକୀୟ ପରିମାଣର ରକ୍ତ ସଂଗ୍ରହ କରିପାରିଛନ୍ତି। ଗୋଟିଏ ଦିନେର ଏତ ସଂଖ୍ୟକ ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ୫ହଜାରରୁ ଅଧିକ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ଶହି କାର୍ଯ୍ୟକ୍ରମକୁ ଏକ ନୂତନ ସ୍ତରକୁ ନେଇଯାଇଛି। ରକ୍ତଦାନ ଶିବିରଗୁଡ଼ିକୁ ବିଭିନ୍ନ ଜିଲ୍ଲାର ରେଡ଼କ୍ରସ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ପରିଚାଳନା କରିଥିବାବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର କର୍ମଚାରୀମାନେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୫ ବର୍ଷ ମଧ୍ୟରେ ‘ଯୁବ ସ୍ବାଭିମାନ ଦିବସ’ରେ ରକ୍ତ ସଂଗ୍ରହ ହେବାରେ ଚଳିତବର୍ଷ ସବୁ ରେକର୍ଡ଼କୁ ଭାଙ୍ଗିଛି। ଚଳିତବର୍ଷ ୫୧୧୪ ୟନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ୨୦୧୬ରେ ୩୭୦୫ ୟୁନିଟ୍, ୨୦୧୫ରେ ୪୨୬୨ ୟୁନିଟ, ୨୦୧୪ରେ ୩୭୦୨ ୟୁନିଟ, ୨୦୧୩ରେ ୩୪୩୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ ପକ୍ଷରୁ ସମସ୍ତ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |