୧୬ ସେପ୍ଟେମ୍ବର ୨୦୧୭ ସୁଦ୍ଧା ମୋଟ ୯୧୪ ରକ୍ତଦାନ ଶିବିରରୁ ୪୪୮୨୯ ୟୁନିଟ୍ ରକ୍ତ ସଂଗୃହୀତ। ୧୮ ଅଗଷ୍ଟ ଯୁବ ସ୍ବାଭିମାନ ଦିବସରେ ରେକର୍ଡ଼ - ରାଜ୍ୟବ୍ୟାପୀ ୬୫ ରକ୍ତଦାନ ଶିବିରରୁ ୫୧୧୪ ୟୁନିଟ୍ ରକ୍ତ ସଂଗୃହୀଦ। ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ଗ୍ରୀଷ୍ମକାଳୀନ ରକ୍ତସଂଗ୍ରହରେ ‘ଆମ ଓଡ଼ିଶା’ର ନୂଆ ରେକର୍ଡ଼
ଭୁବେନଶ୍ବର,୪/୭ ଚଳିତବର୍ଷ ଜାନୁଆରି ଠାରୁ ଜୁନ୍ ଛଅ ମାସ ମଧ୍ୟରେ ‘ଆମ ଓଡ଼ିଶା’ ତରଫରୁ ମୋଟ ୫୪୮ ଟି ସ୍ବେଚ୍ଛାରକ୍ତଦାନ ଶିବିରରୁ ୨୫,୫୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି। ଏହି ଛଅମାସ ମଧ୍ୟରେ ଗତ ୨୦୧୩ ମସିହାରେ ୧୯,୩୬୩ ୟୁନିଟ୍, ୨୦୧୪ରେ ୧୪,୮୯୧, ୨୦୧୫ରେ ୧୫,୪୭୦ ଓ ୨୦୧୬ ୨୦,୪୦୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବ ବେଳେ ଚଳିତବର୍ଷ ୨୫,୫୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଫଳରେ ଗତବର୍ଷ ଅପେକ୍ଷା ଆହୁରି ଅଧିକ ୫୧୦୦ ଜଣ ରୋଗୀଙ୍କର ଜରୁରୀ ଆବଶ୍ୟକତା ପୂରଣ କରାଯାଇପାରିଛି। ସାଧାରଣତଃ ଜୁନମାସ ପରେ ରାଜ୍ୟରେ ରକ୍ତସଂଗ୍ରହର ହାର ବଢୁଥିଲେ ମଧ୍ୟ ଜୁନ୍ ପୂର୍ବରୁ ରକ୍ତଭଣ୍ଡାର ମାନଙ୍କରେ ରକ୍ତର ଗୁରୁତର ଅଭାବ ଦେଖାଦେଇଥାଏ। ଏହି ଅଭାବକୁ ଦୃଷ୍ଟିରେ ରଖି ଗତ କିଛିବର୍ଷ ହେଲା ‘ଆମ ଓଡ଼ିଶା’ ତରଫରୁ ଖରାଦିନରେ ଓଡ଼ିଶାର କୋଣ ଅନୁକୋଣରେ ଅଧିକ ରକ୍ତଦାନ ଶିବିର ଆୟୋଜନ ଉପରେ ଗୁରୁତ୍ବ ଦିଆଯାଉଛି। ମେଗା ଶିବିର ପରିବର୍ତ୍ତେ ଗ୍ରୀଷ୍ମ ଦିନରେ ନିୟମିତ ଭାବରେ ଛୋଟ ଛୋଟ ରକ୍ତଦାନ ଶିବିର ଆୟୋଜନ କରିବା ଉପରେ ‘ଆମ ଓଡ଼ିଶା’ ଏ ବର୍ଷ ଅଧିକ ଗୁରୁତ୍ବ ଦେଇଛି। ଚଳିତବର୍ଷ ଏହି ଛଅମାସ ମଧ୍ୟରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୩,୬୮୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାବେଳେ କଟକ ଜିଲ୍ଲାରେ ୩,୪୩୬ ଓ ଅନୁଗୁଳ ଜିଲ୍ଲାରେ ୩,୦୪୮ ୟୁନିଟ ସଂଗୃହୀତ ହୋଇଛି। ପ୍ରକାଶ ଥାଉକି କଟକ ମହାନଗରରେ ଏ ବର୍ଷ ‘ବିପଦର ବନ୍ଧୁ’ ନାମରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ମାର୍ଚ୍ଚ ୧୫ ଠାରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ୯୦ ଦିନକାଳ ପ୍ରତ୍ୟେକ ଦିନ ସ୍ବେଚ୍ଛାସେବୀମାନେ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧,୪୮୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ଯାହାକି ସେଣ୍ଟ୍ରାଲ ରେଡ଼କ୍ରସ୍ ବ୍ଲଡ଼ ବ୍ୟାଙ୍କ ଓ ଏସ୍.ସି.ବି. ମେଡ଼ିକାଲ କଲେଜ୍ ବ୍ଲଡ଼୍ ବ୍ୟାଙ୍କରେ ଗ୍ରୀଷ୍ମକାଳୀନ ରକ୍ତର ଅଭାବକୁ ହ୍ରାସ କରିବାରେ ସହାୟକ ହୋଇଥିଲା। ‘ଆମ ଓଡ଼ିଶା’ ଗତ ୨୦୦୬ ମସିହାଠାରୁ ସ୍ବେଚ୍ଛା ରକ୍ତଦାନକୁ ଏକ ନିୟମିତ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରି ପ୍ରତିବର୍ଷ ଅଧିକରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିବା ସଂଗେସଂଗେ ଓଡ଼ିଶାର ୩୧୪ଟି ବ୍ଲକ୍ ଓ ସମସ୍ତ ପୌରାଞ୍ଚଳରେ ଶିବିର ଆୟୋଜନ କରି ଜନସଚେତନତା ବଢ଼ାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଆସିଛି। ନିଷ୍ଠା ଓ ନିରବଚ୍ଛିନ୍ନ ଉଦ୍ୟମ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଆଗେଇନେବାରେ ସହଯୋଗ କରିଥିବାରୁ ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ଅଗଣିତ ରକ୍ତଦାତାଙ୍କୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଗଭୀର କୃତଜ୍ଞତା ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |